ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ସହିତ ବାରବାଟୀରେ ଭାରତର ବିପୁଳ ବିଜୟ

କଟକ(ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ବ୍ୟକ୍ତିଗତ ଭାବେ ଅର୍ଦ୍ଧ ଶତକୀୟ ଛକା ମାରି ଏଠାରେ ଖେଳିବାକୁ ସ୍ମରଣୀୟ କରିଥିଲେ। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ସେ ନିଜ ଯାଦୁ ଦେଖାଇଥିଲେ। ଭାରତ ସଙ୍କଟରେ ପଡ଼ିଥିବା ବେଳେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ସ୍କୋର୍କୁ ୧୭୫/୬ରେ ପହଞ୍ଚାଇଥିଲେ।

୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୪ ରନ୍‌ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା।

ଭାରତ ଦେଇଥିବା ୧୭୬ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଅର୍ଶଦୀପ ସିଂହ ଓ ହାର୍ଦ୍ଦିକଙ୍କ ନେତୃତ୍ୱରେ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରି ପ୍ରୋଟିଆସ୍ ବ୍ୟାଟିଂକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହି ବିଜୟ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି।

ଷ୍ଟାଡିୟମ୍ ଚାରିପଟେ ଲାଗିଲା ପତିତପାବନ ବାନା

ଭାରତ-ଇଂଲଣ୍ଡ ମ୍ୟାଚ୍ ସମୟରେ ଫ୍ଲଡ୍ ଲାଇଟ୍ ଲିଭିବା ଘଟଣା ପରେ ଓଡ଼ିଶାକୁ ସାରା ବିଶ୍ବରେ ଲଜ୍ଜିତ ହେବାକୁ ପଡ଼ିଥିଲା। ଯଦିଓ ଏହାପରେ ଓସିଏ କର୍ତ୍ତୃପକ୍ଷ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ, ତଥାପି କୌଣସି ଅଘଟଣକୁ ନେଇ କର୍ତ୍ତୃପକ୍ଷଙ୍କ ମନରେ ଆଶଙ୍କା ରହିଥିଲା। ତେଣୁ କୌଣସି ପ୍ରକାରର ବିଘ୍ନକୁ ଏଡ଼ାଇବା ପାଇଁ ଷ୍ଟାଡିୟମ୍ର ବିଭିନ୍ନ ସ୍ଥାନରେ ପତିତପାବନ ବାନାକୁ ଲଗାଯାଇଛି। ୨ ନମ୍ବର, ୭ ନମ୍ବର, ୪ ନମ୍ବର ଓ କ୍ଲକ୍ ଟାୱାର ଉପରେ ଏହି ପତିତପାବନ ବାନା ଲଗାଯାଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!