କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବନାଞ୍ଚଳ ତରଫରୁ ଚମ୍ପୁଆ ଧରଣୀ ଧର ନଗର ଭବନ ଠାରେ ବନାଞ୍ଚଳ ସ୍ତରୀୟ ବନ ସୁରକ୍ଷା ସମିତି ସମନ୍ନୟ ବୈଠକ ଓ ଗଜସାଥି ଦକ୍ଷତା ବୣଦ୍ଧି ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି l ଚମ୍ପୁଆ ରେଞ୍ଜ ଅଧିକାରୀ ଏ ସି ଏଫ ଅକ୍ଷୟ କୁମାର ଛତ୍ରିଆଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟେlଜିତ ହେଇଯାଇଛି l କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍ ଡି ହନୁମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୂଖ୍ୟ ଅତିଥି ରୂପେ ଯେlଗଦେଇଥିଲେ l ଅନ୍ୟ ମାନକଂ ମଧ୍ୟରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ,ରାଧାକାନ୍ତ ମହାନ୍ତ, ଚମ୍ପୁଆ ତହସିଲଦାର ସଜତ ମାର୍କେ, ଡେପୁଟି କଲେକ୍ଟର ସମରେନ୍ଦ୍ର ଦାସ ପ୍ରମୁଖ ଯେlଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ରେଞ୍ଜର ୧୦୦ଜଣ ଗଜସାଥି ଯେlଗଦେଇଥିଲେ l କାର୍ଯ୍ୟକ୍ରମ ରେ ଗଜସାଥି ଟ୍ରେନର ସୁବ୍ରତ ବିଶ୍ବାଳ, ରିସର୍ଚ ପର୍ସନ ଅରବିନ୍ଦ ମାଝୀ ଯେlଗ ଦେଇ ଗଜସାଥିକୁଂ ହାତୀକୁଂ ନିୟନ୍ତ୍ରଣ କରିବାର ବିଭିନ୍ନ କୈଶଳ ସଂପର୍କ ରେ ତାଲିମ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚମ୍ପୁଆ ସେକ୍ସନର ବନ ପାଳ ଜ୍ୟୋତି ରୁପାପାଣିଙ୍କ ସହିତ ଚମ୍ପୁଆ ରେଞ୍ଜରେ ଥିବା ଯୋଡ଼ା, ବାଲିବନ୍ଧ,ଉଖୁଣ୍ଡ।, ବାମେବାରି ସେକ୍ସନର ବନପାଳ , ବନରଖି , ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର ଉଦୟନାଥ ହୋ ଓ ସମସ୍ତ କାର୍ଯ୍ୟରତ ବନ କର୍ମଚାରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ବନ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ଓ ଗଜ ସାଥୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।
