କଟକ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ବିରୋଧରେ ମୁହଁ ଖୋଲିବା ମହଙ୍ଗା ପଡ଼ିଲା। କଂଗ୍ରେସରୁ ବହିଷ୍କୃତ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି। ମୋକିମଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଦେଇଥିବା ପ୍ରସ୍ତାକୁ ଏଆଇସିସି ଅନୁମୋଦନ ମିଳିଛି।
ପ୍ରକାଶଥାଉକି, ସୋନିଆ ଗାନ୍ଧୀଙ୍କୁ ମୋକିମ ଚିଠି ଲେଖିଥିଲେ । ଭକ୍ତଙ୍କ ନେତୃତ୍ୱକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ମୋକିମ। କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ଭକ୍ତ ଦାସ କହିଥିଲେ ।
ତେବେ ଦଳରୁ ବହିଷ୍କାର କରିବା ପରେ ମୋକିମ ପ୍ରତିକ୍ରିୟା ଦେଇ ମିଡିଆକୁ ଧନ୍ୟବାଦ ଦେଇଛନ୍ତି । ସେ ଦଳ ଉପରେ ଆରୋପ ଲଗାଇଛନ୍ତି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରିଦେଇଛନ୍ତି । ମୁଁ ଭାବିଥିଲି କଂଗ୍ରେସ ସୁଧାର ଆଣିବ କିନ୍ତୁ ଓଲଟା ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ଏହା ପୂର୍ବରୁ ୨୦୨୩ ମସିହାରେ ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ମହମ୍ମଦ ମୋକିମଙ୍କୁ ଦଳର ନିଲମ୍ବିତ କରିଥିଲା ଏଆଇସିସି ଶୃଙ୍ଖଳା କମିଟି।
