ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ପୁରୀକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରୁ ରଥ କାଠ ପ୍ରେରଣ କରାଗଲା I ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଖରିଡା, ବଡଖୋଲି ଓ ସାନଖୋଲି ଅଞ୍ଚଳରୁ ୧୬ ଜଣ ଧାର୍ମିକ ବ୍ୟକ୍ତି ଉକ୍ତ ୧୬ଟି ବୃହତ ଫାଶି ଗଛ ରଥ ନିର୍ମାଣ ସକାଶେ ଦାନ କରିଥିଲେ I ପୂଜାପାଠ ସମ୍ପାଦନ କଲାପରେ କାଠଗୁଡିକୁ ସମ୍ମାନ ସ୍ଥାନୀୟ ବଡଦାଣ୍ଡସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା I
ସେଠାରେ ବାଦ୍ୟ ବାଜଣା ସହ ରଥ କାଠ ଗୁଡିକୁ ପୂଜାର୍ଚ୍ଚନା ପରେ ଟ୍ରକରେ ସେଗୁଡିକୁ ପୁରୀକୁ ପ୍ରେରଣ କରାଯାଇଥିଲା I ଉକ୍ତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଡ.ବିପାଶା ପାରୁଲ୍ , ଏସିଏଫ୍ ପ୍ରଦୀପ କୁମାର ବେହେରା, ବନାଞ୍ଚଳ ଅଧୂକାରୀ ମାନସ କୁମାର ସାହୁ ଓ ସମସ୍ତ ବନ କର୍ମଚାରୀ, ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାଗଣ, ଅଞ୍ଚଳର ବୁଦ୍ଧିଜୀବୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।
