ଘରୋଇ କମ୍ପାନୀକୁ ତାଳଚେରବାସୀଙ୍କ ତିବ୍ର ବିରୋଧ

ତାଳଚେର (ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ ୧୦ନଂୱାର୍ଡ଼ ଦଶହରା ପଡ଼ିଆ ଠାରେ ଘରୋଇ କମ୍ପାନୀକୁ ତାଳଚେର ଭିତରେ ପୁରାଇ ନଦେବାକୁ ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା । ଘଟଣାରୁ ପ୍ରକାଶ, ତାଳଚେରର ପ୍ରାୟ ୮ଟି ପଂଚାୟତ ଏମସିଏଲ ଅଧିଗ୍ରହଣ କରି ଲୋକଙ୍କୁ ଉଚିତ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ନକରି କଲବଲ କରୁଥିବା ବେଳେ ଏବେ କୋଇଲା ଖଣି ମନ୍ତ୍ରାଳୟ ପକ୍ଷରୁ ତାଳଚେର ସହରର ପ୍ରାୟ ୧୨୫ ଏକର ଜମି ସହିତ ୨୧ଗୋଟି ଗ୍ରାମକୁ ସାକ୍ଷୀଗୋପାଳ ବି- ଏକ ବିଜ୍ଞପ୍ତି ପ୍ରକାଶ କରିଥିବା ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ଏହାକୁ ନେଇ ଅଂଚଳବାସୀ ଏବେ ଆଶା ଆଶଙ୍କାରେ ରହିଥିବା ଦେଖିବାକୁ ମିଳିଛି ।

କୋଇଲା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ପତ୍ର ଅନୁଯାୟୀ ତାଳଚେରର ୨୧ଗ୍ରାମ ସହିତ ନିଜଗଡ଼ ଟାଉନ ଖୋଲା କୋଇଲା ଖଣି ଅଂଚଳଭାବେ ଅଧିଗ୍ରହଣ କରିବା ପାଇଁ ଜିଲ୍ଳା ପ୍ରଶାସନ ନିକଟକୁ ପତ୍ର ଆସିବା ସହ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଆଜି ତାଳଚେରର ଭବିଷ୍ୟତ କ’ଣ ହେବ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବହୁ ଗୁଣି, ଜ୍ଞାନି, ମାନି ଲୋକ ଉପସ୍ଥିତ ରହି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କମ୍ପାନୀକୁ ଏଠାରେ ପ୍ରବେଶ କରି ଦିଆନଯିବାକୁ ନେଇ ବିଧିବଦ୍ଧ ନିଷ୍ପତି ନିଆଯାଇଥିଲା । ପ୍ରକାଶ ଥାଉକି, ଏହା ପୂର୍ବରୁ ରୁଙ୍ଗଟା କମ୍ପାନୀ ପକ୍ଷରୁ କଙ୍କିଳି, ଧରମପୁର ଗ୍ରାମରେ ଡ଼୍ରିଲିଙ୍ଗ ମେସନକୁ ବିରୋଧ କରିଥିଲେ । ଫଳରେ ଉତେଜନା ସୃଷ୍ଟି ହେବାସହ ଏଘଟଣା ସ୍ଥାନୀୟ ପ୍ରଶାସନ ନିକଟକୁ ପଂହଚିଥିଲା ।

ତାଳଚେର ଅଂଚଳଦେଇ ଚିରୋସ୍ରୋତା ବ୍ରାହ୍ମଣୀନଦୀ ପ୍ରଭାହିତ ହୋଇଛି । ଯଦି ଏହା ଆଖାପାଖ କୋଇଲା ଖଣି ଖନନ କରାଯାଏ ତେବେ ଚାଷନଳା ଅବସ୍ଥା ଦେଖାଦେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ଦିନ ଥାଇଥାଉ ସାବଧାନ । ଏହି ଆଲୋଚନା ଚକ୍ରରେ ରଣଜିତ ମହାପାତ୍ରଙ୍କ ଆବାହକତ୍ୱରେ ନଗରପାଳ ପବିତ୍ର ଭୂତିଆ, ଚୈତନ୍ୟ ପ୍ରଧାନ, ଅଶୋକ ଶତପଥୀ, ଡ଼, ଟୁନା ସାହୁ, ଦୁର୍ଗାଚରଣ ମହାନ୍ତି, ସାମ୍ବାଦିକ ମନୋଜ ଶତପଥୀ, ରଶ୍ମିରଞ୍ଜନ ମିଶ୍ର, ସମାଜସେବୀ ସୌଭାଗିନୀ ଦେବୀ, କାଉନସିଲର ସ୍ୱାଧୀନ ଥମ୍ବ, ପୂର୍ବତନ ନଗରପାଳ କେଶବ ଭୂତିଆ ଓ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!