ପୁଣିଥରେ ଉତ୍ତେଜନା, ପୁଣି ଅଶାନ୍ତ ରାୟଗଡ଼, ଥାନା ସମ୍ମୁଖରେ ମାରପିଟ ୩ଜଣ ଗୁରୁତର ।

ରାୟଗଡ଼ା (ଗୋପୀନାଥ ଗୌଡ଼): କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ପିଟଲା ସାହି ମଧ୍ୟରେ ବଚସା ଓ ମାରପିଟ ଏବଂ ପରେ ରାୟଗଡା ଥାନା ସମ୍ମୁଖରେ ମାରପିଟ ଭଳି ଘଟଣା ଘଟିଛି। ରାତି ସମୟରେ ରାୟଗଡ଼ା ଥାନା ସମ୍ମୁଖରେ ଉଭୟ ସାହିର ଉତ୍ୟକ୍ତ ଲୋକ ମାନେ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ । ସହରର ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ ସହିତ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ରେଲି ସାହିର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା ।

ଏଭଳିକି ଥାନା ସମ୍ମୁଖରେ ମାରପିଟ ସହିତ ଢେଲା ମାଡ଼ ମଧ୍ୟ ଘଟିଛି। ଏଥିରେ ୩ ଜଣଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ, ଉଭୟ ଗୋଷ୍ଠୀର ଆହତ ହୋଇଛନ୍ତି। ଆହାତମାନେ ହେଲେ ପିଟିଲାସାହିର ଆନ୍ନାମାଝୀ ଯାକକା, ତ୍ରିନାଥ ମେଲେକା ଓ ରେଲି ସାହିର ଶୁଣ୍ଢୀ ସୂରଜ। ପୁଲିସ ଆହତ ମାନଙ୍କୁ ଡି ଏଚଏଚ ରେ ଚିକିତ୍ସା ପାଇଁ ଆଣିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତେଣୁ ଥାନା ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ନିକଟସ୍ଥ ଥାନାରୁ ଅଧିକାରୀ ମାନଙ୍କୁ ରାୟଗଡ଼ା ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଘଟଣା ସ୍ଥଳରେ ଏ ଏସ ପି ରାମେନ୍ଦ୍ର କୁମାର, ଏସ ଡି ପି ଓ ଗୌରହରୀ ସାହୁ, ଆଇ ଆଇ ସି ପ୍ରସନ୍ନ ବେହେରା ଓ ଅନ୍ୟ ଅଧିକାରୀ ମାନେ.ଉପସ୍ଥିତ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତା ଓ ଜୁଆ ଆଡ୍ଡାରୁ ଲୁଟ ଘଟଣାକୁ ନେଇ ଗତ ୯ ତାରିଖ ଦିନ ନିଖିଲକୁ ଗୋଟିଏ ଗୋଷ୍ଠୀ ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ, ୨୧ ଜଣ ସମ୍ପୃକ୍ତ ଥିବା ପୁଲିସ କହିଥିଲା କେଉଁ ପରିସ୍ଥିତିରେ ଉତ୍ତେଜନା ସୃଷ୍ଟି ହେଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat