ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଜାତୀୟ ପତାକା ଦିବସ ପାଳିତ

ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଜାତୀୟ ପତାକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଜିଜ୍ଞାସା ପ୍ରିୟଦର୍ଶନୀ ଶପଥ ପାଠ କରାଇବା ସହିତ ଛାତ୍ରୀ ସୁଶ୍ରୀ ଅଭୀପ୍ସା ବିଶ୍ବାଳ ଅଭିଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଅଶୋକ ଚକ୍ରରେ ଥିବା ୨୪ଟି ଅର ମହତ୍ତ୍ଵ ପ୍ରତିପାଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ମହୋଦୟା ଉଚ୍ଚ ପ୍ରସଂଶା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ହେରିଟେଜ କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat