ଅନୁଗୁଳ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉକ୍ତ ଦିବସ ପାଳିତ ହୋଇଯାଇଛି |ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଙ୍ଗାଧର ମେହେରଙ୍କ ଫଟୋରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିଥିଲେ | ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ ଅଭିଷେକ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ଛାତ୍ର ପ୍ରତ୍ୟୁଷ କୁମାର ସାମଲ କବି ଗଙ୍ଗାଧର ମେହେରଙ୍କ ସ୍ଵରଚିତ କବିତା ପାଠ କରିଥିଲେ |ଓଡ଼ିଆ ଶିକ୍ଷୟିତ୍ରୀ ସୁଶ୍ରୀ ଶର୍ମିଷ୍ଠା ସାହୁ ଗଙ୍ଗାଧର ମେହେରଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ଦେଇଥିଲେ |ଓଡ଼ିଆ ଶିକ୍ଷକ ଶ୍ରୀଯୁକ୍ତ ଟିକନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଶିକ୍ଷକ ଶ୍ରୀଯୁକ୍ତ ଶିବପ୍ରସାଦ ସାହୁ ଓ କଳା ଶିକ୍ଷକ ଶ୍ରୀଯୁକ୍ତ ସପନ କୁମାର ଗିରି ଫଟୋ ଉତ୍ତୋଳନରେ ସହଯୋଗ କରିଥିଲେ |
