ନୂତନ ଉପନଗରପାଳ ହେଲେ ଅନିତା

ତାଳଚେର(ଅଜିତ କୁମାର ଭୋଇ): ଓଡ଼ିଶା ମ୍ୟୁନିସ୍ ପାଲିଟ୍ ମାନୁଆଲର ସେକସନ ୯୧ ଓ ୯୨ ଅନୁଯାୟୀ ତାଳଚେର ପୌରପରିଷଦ କାଉନସିଲ ପକ୍ଷରୁ ୨୧ନଂ ୱାର୍ଡ଼ର କାଉନସିଲର ଅନିତା ବିଶ୍ୱାଳଙ୍କୁ ଉପନଗରପାଳ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ପୂର୍ବରୁ ଥିବା ଉପନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ଥାବ ଅଣାଯାଇ ଥିଲା ଓ ପରବର୍ତି ସମୟରେ ନିର୍ବାଚନ କରାଯାଇଥିଲା । ମାତ୍ର କୌଣସି ଏହାକୁ ନେଇ କୋର୍ଟରେ କେସ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହିପରିପ୍ରେକ୍ଷୀରେ ଆଜି କାଉନସିଲମାନେ ଖୁସିବ୍ୟକ୍ତ କରିବା ସହ ନବିନିର୍ବାଚିତ ଶ୍ରୀମତୀ ବିଶ୍ୱାଳଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

Powered by Joinchat