ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୧୪ ରିଖରେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୩-୨୪ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ସ୍କାଉଟ ଓ ଗାଇଡ୍ର ରାଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର, ରାଜ୍ୟ ମହିଳା କମିଶନର ଚେୟାରମ୍ୟାନ ଡଃ ମିନତୀ ବେହେରା, ରାଜ୍ୟ ଗାଇଡ କମିଶନର ଡଃ ଶୀପ୍ରା ନାୟକ, ରାଜ୍ୟ ଗାଇଡ ମୁଖ୍ୟ ସଂଯୋଜିକା ଅନାମିକା ଦାସ ପ୍ରମୁଖ ଅଧିକାରୀ ଯୋଗଦେଇଥିଲେ।

odia news only on www.shreekhetranews.com

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡର ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ପୁରୀ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି I ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ସ୍କାଉଟ ଓ ଗାଇଡ ସଂଗଠନ ରେ ଅନ୍ତର୍ଭୁକ୍ତ କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି l ପୁରୀ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କମିସନର୍ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ଏବଂ ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳ ଏହି ଉତ୍ସବରେ ମହାମହିମଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି l

ଏହି ଉତ୍ସବରେ ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରା ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ଗାଇଡ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ରାଉତରାୟଙ୍କୁ ତାଙ୍କର ନିଷ୍ଠାପର ସେବା ପାଇଁ ସର୍ଭିସ ଷ୍ଟାର୍ ସମ୍ମାନ ମହାମହିମଙ୍କ ଦ୍ଵାରା ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *

error: Content is protected !!