ସୁପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦନା ସମସ୍ତଙ୍କ ପାଖରେ ବେଶ ଜଣାଶୁଣା। ଅନିମଲ ଫିଲ୍ମରେ ତାଙ୍କୁ ସୁନେଲି ପରଦାରେ ଦେଖିବାକୁ ମିଳିଥିଲା ଓ ଫିଲ୍ମରେ ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ଆଜିକାଲି ମୁମ୍ବାଇରେ ଅଛନ୍ତି। ନିକଟରେ ତାଙ୍କର ଏହି ଗସ୍ତ ସମୟରେ ସେ ଭାରତର ବିକାଶକୁ ନିଜ ଏକ୍ସ ହାଣ୍ଡେଲରେ ଭୁୟସୀ ପ୍ରଶଂସା କରିଛନ୍ତି ।
odia breaking news
ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ ଅଟଳ ସେତୁକୁ ପ୍ରଶଂସା କରି ସେ କହିଛନ୍ତି, ବର୍ତ୍ତମାନ ଆମେ ୨୦ ମିନିଟରେ ଯେଉଁ ଦୂରତା ଅତିକ୍ରମ କରୁଛେ ପୂର୍ବରୁ ତାହା ଦୁଇ ଘଣ୍ଟା ଲାଗୁଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଅଭିନେତ୍ରୀଙ୍କ ପୋଷ୍ଟକୁ ନେଇ ନିଜ ଏକ୍ସ ହାଣ୍ଡେଲରେ ପ୍ରତିକ୍ରିୟା ରଖିଛନ୍ତି।ରଶ୍ମିକାଙ୍କ ପ୍ରଶଂସା ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, ଅବଶ୍ୟ! ଲୋକଙ୍କୁ ଯୋଡିବା ଏବଂ ଜୀବନକୁ ଉନ୍ନତ କରିବା ଅପେକ୍ଷା କିଛି ଅଧିକ ସନ୍ତୋଷଜନକ ନୁହେଁ।

ରଶ୍ମିକା ନିଜ ଏକ୍ସ ହ୍ୟାଣ୍ଡେଲରେ ଟ୍ରାନ୍ସ ହାରବର୍ ଲିଙ୍କରେ ଯାତ୍ରା କରୁଥିବା ଏକ ଭିଡିଓ ଷେୟାର କରିଛନ୍ତି, ଯେଉଁଥିରେ ସେ ଇଞ୍ଜିନିୟରିଂ ଚମତ୍କାର ଏକ ନୂତନ ଭାରତର ଦ୍ୱାର କିପରି ଖୋଲିଛନ୍ତି ତାହା ବ୍ୟାଖ୍ୟା କରିଛନ୍ତି। ତାଙ୍କ ଭିଡିଓରେ ସେ ଭାରତର ବିକାଶ ଏବଂ ଭବିଷ୍ୟତକୁ ବହୁତ ପ୍ରଶଂସା କରିଛନ୍ତି। ତାଙ୍କ ଦର୍ଶକଙ୍କୁ ଭାରତର ବିକାଶ ପାଇଁ ଭୋଟ ଦେବାକୁ କହିଛନ୍ତି।
ଅଭିନେତ୍ରୀ କହିଛନ୍ତି, ନଭି ମୁମ୍ବାଇରୁ ମୁମ୍ବାଇ, ଗୋଆ ମୁମ୍ବାଇ ଏବଂ ବେଙ୍ଗାଲୁରୁ ମୁମ୍ବାଇ ଯାତ୍ରା ବର୍ତ୍ତମାନ ବହୁତ ସହଜ ହୋଇଛି। ଏହି ଚମତ୍କାର ଭିତ୍ତିଭୂମି ଦେଖି ସେ ଗର୍ବିତ ଅନୁଭବ କରୁଛି। ବର୍ତ୍ତମାନ ବିକାଶ ଦୃଷ୍ଟିରୁ ଭାରତକୁ କେହି ଅଟକାଇ ପାରିବେ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଭାରତରେ ବହୁତ ବିକାଶ ହୋଇଛି। ଖୁବ ଶୀଘ୍ର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ରେ ରଶ୍ମିକା ନଜର ଆସିବେ।