ନୂଆ ଭାରତ ଅନ୍ୟ ଦେଶରେ ପଶି ହତ୍ୟା କରାଉଛି – ମିଳିତ ଜାତିସଂଘରେ ପାକିସ୍ତାନୀ ରାଷ୍ଟ୍ରଦୂତ

ନୂତନ ଭାରତ ଅନ୍ୟଦେଶରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି। ନିକଟରେ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପାକିସ୍ତାନର ସ୍ଥାୟୀ ରାଷ୍ଟ୍ରଦୂତ ମୁନିର ଆକ୍ରମ କହିଛନ୍ତି, ଆଜିର ଭାରତ ବିପଦପୂର୍ଣ୍ଣ। ଭାରତର ଏହି ଅଭିଯାନ କେବଳ ପାକିସ୍ତାନରେ ସୀମିତ ନୁହେଁ ବରଂ କାନାଡା ଏବଂ ଆମେରିକାରେ ମଧ୍ୟ ସକ୍ରିୟ ଅଛି।

ଆମେରିକାର ଏକ ଅଗ୍ରଣୀ ଖବରକାଗଜ ନିକଟରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପ୍ରକାଶ କରିଥିଲା । ପ୍ରଧାନମନ୍ତ୍ରୀ ମୋଦି ଏକ ଭାଷଣରେ କହିଥିଲେ ଯେ, ଆମ ଶତ୍ରୁ ପାକିସ୍ତାନ ମଧ୍ୟ ଜାଣେ ଯେ ଏହା ହେଉଛି ନୂଆ ଭାରତ, ଘରକୁ ଆସି ଆପଣଙ୍କୁ ମାରିଦିଏ। ଏହି ରିପୋର୍ଟକୁ ଦର୍ଶାଇ ଆକ୍ରମ କହିଛନ୍ତି, ଏହା ସୁରକ୍ଷା ପ୍ରଦାନକାରୀ ନୁହେଁ ବରଂ ଅସୁରକ୍ଷିତତା। ଭାରତୀୟ ଅଭିଯାନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସୁରକ୍ଷା ପରିଷଦକୁ ଏନେଇ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଏକ ପ୍ରସିଦ୍ଧ ବ୍ରିଟିଶ ଖବରକାଗଜ ଦାବି କରିଥିଲା,ଭାରତ ସରକାରଙ୍କ ନିର୍ଦ୍ଦେଶରେ ପାକିସ୍ତାନରେ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ଧ୍ୱସଂ ହେଉଛନ୍ତି। ଭାରତର ବିଦେଶୀ ମାଟିରେ ଉପସ୍ଥିତ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ବ୍ୟାପକ ରଣନୀତି ତିଆରି କରିଛି ।

Leave a Reply

Your email address will not be published. Required fields are marked *

error: Content is protected !!