ipl qualifier ଚଳିତ ଆଇପିଏଲ୍ର କ୍ବାଲିଫାୟର-୨ରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଏଲିମିନେଟର ମ୍ୟାଚ୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ୪ ୱିକେଟ୍ରେ ରାଜସ୍ଥାନ ପରାସ୍ତ କରିଛି। ବିରାଟ କୋହଲି, ରଜତ ପଟିଦାର ଓ ମହିପାଳ ଲୋମରୋରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍ସିବି ୯ ୱିକେଟ୍ରେ ୧୭୨ ରନ୍ କରିଥିଲା।
ipl qualifier
ଲଗାତାର ୬ ମ୍ୟାଚ୍ ଜିତି ପ୍ଲେଅଫ୍କୁ ଆସିଥିଲା ବେଙ୍ଗାଲୁରୁ। ତେବେ ଗତକାଲିର ମ୍ୟାଚ୍ ହାରିବା ପରେ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି। RCB ପକ୍ଷରୁ ଦିଆଯାଇଥିବା ୧୭୩ ରନ୍ ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି।
ipl qualifier
ଯଶସ୍ୱୀ ଜୟସ୍ୱାଲ୍ ଲଢ଼ୁଆ ୪୫ ରନ୍ କରିଥିବା ବେଳେ ରିୟାନ ପରାଗଙ୍କ ୩୬ ରନ୍ ଟିମ୍ କୁ ଜିତିବାରେ ସହାୟତା କରିଥିଲା।ଶୁକ୍ରବାର ସନ୍ରାଇଜର୍ସ ବିପକ୍ଷରେ ରାଜସ୍ଥାନ କ୍ବାଲିଫାୟର-୨ ଖେଳିବ। ଏଥିରେ ଯିଏ ବିଜେତା ହେବ ସେହି ଟିମ୍ ଆସନ୍ତା ରବିବାର KKRକୁ ଫାଇନାଲ୍ରେ ଟକ୍କର ଦେବ।ପୂର୍ବଭଳି ଚଳିତ ବର୍ଷ ମଧ୍ୟ ଆରସିବି ନିଜ ପ୍ରଶଂସକ ଙ୍କୁ ନିରାଶ କରିବା ସହ ବିଦାୟ ନେଇଛି।