ଚଳିତ ଆଇପିଏଲ୍ ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ କରିବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ।
କୋହଲି ଚଳିତ ଆଇପିଏଲ କୁ ମିଶାଇ ୨୫୨ଟି ଆଇପିଏଲ୍ ମ୍ୟାଚ୍ ଖେଳି ୮୦୦୩ ରନ୍ ସଂଗ୍ରହ କରିଛନ୍ତି ।
ଏଥିରେ ୮ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶିଖର ଧାୱନ । ସେ ୬୭୬୯ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୬୬୨୮ ରନ୍ ସହ ତୃତୀୟ, ଡେଭିଡ ୱାର୍ଣ୍ଣର ୬୫୬୫ ରନ୍ ସହ ତୃତୀୟ, ସୁରେଶ ରାଇନା ୫୫୨୮ ରନ୍ ସହ ଚତୁର୍ଥ ଓ ମହେନ୍ଦ୍ର ସିଂହ ଧୋନି ୫୨୩୪ ରନ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇପିଏଲ୍ ରେ ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ଆଡାମ ଗିଲଖ୍ରୀଷ୍ଟ ।
Nice