ପ୍ରାକ ନିର୍ବାଚନୀ ହିଂସା ରୋକିବା ପାଇଁ ପୋଲିସର ମେଗା ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର :: ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରାକ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛି ପୋଲିସ।ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଏକ ମେଗା ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଫ୍ଲାଗମାର୍ଚ୍ଚରେ ଏସପିଙ୍କ ସମେତ, ୩ ଅତିରିକ୍ତ ଏସପି, ୬ ଡ଼ିଏସପି, ୭ ଇନ୍ସପେକ୍ଟର ଏବଂ ଏକାଧିକ ପ୍ଲାଟୁନ ଫୋର୍ସ ସାମିଲ ଥିଲେ।

ତେବେ ଭୟମୁକ୍ତ ମତଦାନକୁ ଗୁରୁତ୍ୱଦେଇ ଏସପି କହିଥିଲେ କି ବାଣପୁର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପୋଲିସ ର ଏଠାରେ ସ୍ୱତନ୍ତ୍ର ନଜର ରହିଛି। କିପରି ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମଗ୍ର ଜିଲ୍ଲାରେ ଅନୁଷ୍ଠିତ କରାଯିବ ତାହାପାଇଁ ପୋଲିସ ପ୍ରଶାସନ ସଦାସର୍ବଦା ତତ୍ପର ରହିଥିବା ଏସପି କହିଛନ୍ତି।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!