ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ହେବାପରେ ଏହାର ସୁଫଳ ଓ କୁଫଳ ଦେଖାଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ବହୁଳ ମାତ୍ରାରେ ପ୍ରଚାରିତ ଓ ବିରୋଧୀଙ୍କ ଦୁର୍ନୀତି ଅଭିଯୋଗ। ଏହାରି ଭିତରେ ମନ୍ଦିର ଭିତରେ ବିଭିନ୍ନ ସମୟରେ ଅନେକଗୁଡ଼ିଏ ଅଘଟଣ ଓ ଦୁର୍ଘଟଣା ଘଟୁଛି। ଏଥି ପ୍ରତି ସତର୍କତାମୂଳକ ପଦକ୍ଷେପ ନିଆଯାଉ ନାହିଁ। ଶ୍ରୀ ମନ୍ଦିର ପରିସରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି।
www.shreekhetranews.com
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶାନ୍ୟଶ୍ୱର ମନ୍ଦିର ନିକଟରେ ଥିବା କୂଅରେ ପଡି ଜଣେ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ଧ୍ରୁବ ଚକ୍ରବର୍ତ୍ତୀ। ସେ କୂଅରେ ପଡ଼ିଯିବା ପରେ ଉପରେ ଥିବା ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ । ସେବାୟତମାନେ ତୁରନ୍ତ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ପ୍ରାୟ ୧ ଘଣ୍ଟା ପରିଶ୍ରମ କରି ରୋପ ଲ୍ୟାଡ଼ର ଓ ଅକ୍ସିଜେନ ସହାୟତାରେ ୭୦ ଫୁଟ ତଳୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
ତାଙ୍କୁ ଚିକିତ୍ସା ନିମନ୍ତେ ସଦର ଚିକିତ୍ସାଳୟକୁ ପଠାଯାଇଛି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।ଶ୍ରୀ ମନ୍ଦିର ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ।
ପ୍ରକଳ୍ପ ସମ୍ପୂର୍ଣ ହେବା ପରେ ଏସି ଟନେଲ ପାଇଁ ମାତ୍ରଧିକ ବେୟ,। ଖରାରେ ମନ୍ଦିର ସାମ୍ନା ରେ ଯାତାୟାତ ରେ ଅସୁବିଧା। ପ୍ରାଚୀନ ମଠ, ମନ୍ଦିରର ଭଙ୍ଗା ଭଳି ଅନେକ ଅଭିଯୋଗ ଆସିଛି । ତା ସହିତ ଅନେକ ପ୍ରକାର ଅସୁରକ୍ଷା ବ୍ୟବସ୍ଥା ଭକ୍ତଙ୍କ ଭିତରେ ଶଙ୍କା ସୃଷ୍ଟି କରୁଛି। ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନର ଏଥିପ୍ରତି ଯତ୍ନବାନ ହେଵା ଉଚିତ ।