ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ

ବିବାଦୀୟ ରାଜନେତା ପ୍ରଶାନ୍ତ ଜଗଦେବ ନିକଟରେ ବିଜେପି ରେ ଯୋଗ ଦେଇଥିଲେ। ପୁଣି ବିବାଦ ରେ ନା ଆସିଛି ବୁଥ୍ ଭିତରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ଘଟଣା ପାଇଁ । ସେଥିପାଇଁ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ। ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରିଛି।

ସୂଚନାନୁଯାୟୀ, ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ନଂ ବୁଥ୍ରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି।

ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଯାଇଛି। ତେବେ ପ୍ରଶାନ୍ତଙ୍କ ଗିରଫଦାରିକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦାନ ବାନ୍ଧୁଛି । ଏହା ପୋଲିସର ଷଡ଼ଯନ୍ତ୍ର ବୋଲି ଦଳ ଓ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!