ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ହୋଇଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ସେଥି ମଧ୍ୟରୁ ପାସ୍‌ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି ।

ତେବେ ଏଥର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ ।ରାଜ୍ୟର ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୨୦୨୩ରେ ପାସ୍ ହାର ୯୬.୦୪ ଥିବାବେଳେ ଚଳିତ ବର୍ଷ ଏହାର ୯୬ . ୦୭ ହୋଇଛି । କହିବାକୁ ଗଲେ ଏଥର ରାଜ୍ୟରେ ମାଟ୍ରିକ ରେଜଲ୍ଟ ଭଲ ହୋଇଛି ।

ତେବେ ରେଜଲ୍ଟ ବାହାରିବାର ଘଣ୍ଟାଏ ପରେ ଅର୍ଥାତ ସାଢେ ୧୧ ଟାରୁ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ। ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ପାରିବେ । ସେଥିଲାଗି OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କରିବାକୁ ପଡିବ ।

ଅପରାହ୍ଣ ୪ଟାରୁ କୃତ୍ତି ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ହ୍ବାର୍ଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ପରୀକ୍ଷା ଫଳକୁ ନେଇ ଯଦି କୌଣସି ଦ୍ବନ୍ଦ୍ବ ରୁହେ ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରେ ଚେକିଂ ପାଇଁ ଅବେଦନ କରାଯାଇପାରିବ। କେବଳ ଅନ୍ ଲାଇନରେ ରିଚେକିଂ ପାଇଁ ଆବେଦନ କରାଯାଇପାରିବ।

Leave a Reply

Your email address will not be published. Required fields are marked *

error: Content is protected !!