ନବୀନଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀଙ୍କ କଟାକ୍ଷ

ଜୁନ ୧ ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଘନ ଘନ ଓଡିଶା ଗସ୍ତରେ କରୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେଇ ଥିଲେ। ପାରାଦୀପର କୁଜଙ୍ଗଠାରେ ସ୍ମୃତି ଇରାନୀ ପ୍ରଥମ ସଭାରେ ସମ୍ବୋଧନ ଦେଇଥିଲେ ।

ସେହିପରି କେନ୍ଦ୍ରାପଡା ଆଳି ଲୋକସଭା କ୍ଷେତ୍ରରେ ଆୟୋଜିତ ବିଜେପିର ସମାବେଶରେ ଯୋଗ ଦେଇଥିଲେ। ସେ କହିଲେ ଉଚ୍ଚାରଣ ଏମିତି କର ଯେ ଯେମିତି ଆବାଜ୍ ସିଧା ଯାଇଁ ତାମିଲନାଡୁ ଠେକାଦାରଙ୍କ କାନରେ ବାଜିବ । ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ । ୨୫ ବର୍ଷର ଶାସନରେ ରାଜ୍ୟ ସରକାର କ’ଣ କରିଛନ୍ତି ତାର ଉତ୍ତର ମାଗିଛନ୍ତି ସ୍ମୃତି। ଓଡିଶାରେ ୨୪ ଘଣ୍ଟା ୭ ଦିନ ଖାଲି ଲୁଟ ଚାଲିଛି । ଯଦି ବିକାଶ ଚାହୁଁଛନ୍ତି ତାହାଲେ ବିଜେପିକୁ ଭୋଟ ଦିଅନ୍ତୁ ବୋଲି କହିଥିଲେ।

ଆବାସ ପାଇଁ ମୋଦି ଟଙ୍କା ଦେଲେ,ଠିକା ନେଲେ ତାମିଲନାଡୁ ରିମୋଟ୍‌ କଣ୍ଟ୍ରୋଲ। ସବୁ ମୋଦୀ ଦେଲେ ତେବେ ଭୋଟ ବି ମୋଦୀଙ୍କୁ ଦେବା। ସେ କହିଥିଲେ ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବ। ନବୀନ ସରକାର, ଖାଲି ଅଖାର ସରକାର। ମୋଦି ଚାଉଳ ଦେଉଛନ୍ତି । ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ।

ଆହୁରି ମଧ୍ୟ ରତ୍ନ ଭଣ୍ଡାର ଚାବି କାହିଁକି ହଜିଲା ସମସ୍ତେ ପ୍ରଶ୍ନ କରୁଛନ୍ତି । ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି। ବିଜେପି ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ ।ବିଜେପି ଆସିଲେ ଚାବି ଲୁଚାଇଥିବା ଅଧର୍ମୀଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି କହିଛନ୍ତି ସ୍ମୃତି।

Leave a Reply

Your email address will not be published. Required fields are marked *

error: Content is protected !!