ଅରବିନ୍ଦ କେଜ୍ରିୱାଲଙ୍କ ଠାରେ କିଡନୀ ସମସ୍ୟା କିମ୍ବା କର୍କଟ ରୋଗର ଲକ୍ଷଣ

ଦିଲ୍ଲୀ :ଆପ୍ ତରଫରୁ କୁହାଯାଇଛି ଯେ , ଅରବିନ୍ଦ କେଜ୍ରିୱାଲଙ୍କ ଠାରେ ଦେଖାଯାଇଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟା କିମ୍ବା କର୍କଟ ରୋଗକୁ ସୂଚାଉଛି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ, ମେ ୧୦ ତାରିଖରେ ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍ ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି।କେଜ୍ରିୱାଲ ତାଙ୍କ ପିଟିସନରେ କହିଛନ୍ତି ଯେ, PET-CT ସ୍କାନ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରିବା ପାଇଁ ତାଙ୍କର ଅନ୍ତରୀଣ ଜାମିନକୁ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନ୍ତରୀଣ ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି।

ଆପ୍ ତରଫରୁ କୁହାଯାଇଛି ଯେ , ଅରବିନ୍ଦ କେଜ୍ରିୱାଲଙ୍କ ଠାରେ ଦେଖାଯାଇଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟା କିମ୍ବା କର୍କଟ ରୋଗକୁ ସୂଚାଉଛି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ, ମେ ୧୦ ତାରିଖରେ ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!