ମାମଲାରୁ ନିଜ ଝିଅକୁ ବଞ୍ଚାଇବାକୁ ବିଜେପି ନେତାଙ୍କୁ ଫସାଇଥିଲେ କେସିଆର

ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ୍ ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ ନିଜ ଝିଅ କେ.କବିତାଙ୍କୁ ଇଡି ମାମଲାରେ ବଞ୍ଚାଇବା ପାଇଁ ବିଜେପିକୁ ବ୍ଲାକମେଲ କରିବାକୁ ଚାହୁଁଥିଲେ । ଫୋନ୍ ଟ୍ୟାପିଂ ମାମଲାରେ ଗିରଫ ଜଣେ ପୂର୍ବତନ ପୋଲିସ ଅଧିକାରୀ ନିଜ ସ୍ୱୀକାରୋକ୍ତି ବୟାନରେ ଖୁଲାସା କରିଛନ୍ତି ।

ଫୋନ୍ ଟ୍ୟାପିଂ ମାମଲାରେ ଗିରଫ ହୋଇଥିବା ଜଣେ ପୂର୍ବତନ ପୋଲିସ ଅଧିକାରୀ ଏହାକୁ ସ୍ବୀକାର କରିଛନ୍ତି। ପୂର୍ବତନ ଡେପୁଟି କମିଶନର ରାଧାକୃଷ୍ଣ ରାଓ ତାଙ୍କ ସ୍ୱୀକାରୋକ୍ତିରେ ଏହା କହିଛନ୍ତି। ଫୋନ୍ ଟ୍ୟାପିଂ ମାମଲାରେ ରାଧାକୃଷ୍ଣ ରାଓ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ଏହାଦ୍ବାରା ଏବେ ଫୋନ୍ ଟ୍ୟାପିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହା କେସିଆରଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ କରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଓ କହିଛନ୍ତି ଯେ ‘ପେଦ୍ଦାନା (କେସିଆର ) ବିଧାୟକଙ୍କ ଘୋଡ଼ାବେପାର ମାମଲାରେ ବିଜେପି ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସାନ୍ତୋଷଙ୍କୁ ଗିରଫ କରିବାକୁ ଚାହୁଁଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା।

କେ.ସି.ଆର ଚାହୁଁଥିିଲେ ବି.ଏଲ୍ ସନ୍ତୋଷଙ୍କୁ ଗିରଫ କରାଗଲେ ବିଜେପି ସହିତ ଏକ ବୁଝାମଣା ହୋଇପାରିବ। ଯେଉଁଥିରେ ରାଓ କେ.କବିତାଙ୍କୁ ଇଡି ଯାଞ୍ଚ୍‌ରୁ ମୁକ୍ତି କରିବାକୁ ଚାହୁଁଥିଲେ। କିନ୍ତୁ କିଛି ପୋଲିସ ଅଧିକାରୀଙ୍କ ଅକ୍ଷମତା କାରଣରୁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ପୁଲିସ୍ ଧରିପାରୁ ନଥିଲା। ପରେ ଏହି ମାମଲା ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟ ଗିରଫକୁ ସ୍ଥଗିତ ରଖିଥିଲେ। ଏହା ପରେ ଏସଆଇଟିର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ପୂର୍ବତନ ଡିଏସପି କହିଛନ୍ତି ଯେ ସେ ମାମଲା ଉପରେ ଅଧିକ ଖୁଲାସା କରିପାରିବେ ନାହିଁ। କାରଣ ତାଙ୍କ ଉପରେ ପେଡ୍ଡାୟାନାଙ୍କ ଅନେକ ଉପକାର ରହିଛି । ପୂର୍ବତନ ଡିସିପିଙ୍କୁ ଫୋନ୍ ଟ୍ୟାପିଂ ଏବଂ ଅନ୍ୟ କମ୍ପ୍ୟୁଟର ସିଷ୍ଟମ ଏବଂ ଅଫିସିଆଲ୍ ଡାଟା ନଷ୍ଟ କରିବା ମାମଲାରେ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!