ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ

ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଅଛି। କିନ୍ତୁ ବିଜେଡି ପ୍ରାୟୋଜିତ ଏକ ଓଡ଼ିଆ ଟିଭି ଚ୍ୟାନେଲ ‘ଏକଜିଟ୍ ପୋଲ୍’ ରିପୋର୍ଟ ପ୍ରସାରିତ କରିଛି । ଏପରିକି ଜାତୀୟସ୍ତରର ଏକ ସର୍ଭେ ସଂସ୍ଥାର ନାଁ’ରେ ମିଛ କହି ଉକ୍ତ ‘ଏକଜିଟ୍ ପୋଲ’କୁ ପ୍ରସାରିତ କରିଥିବା ପ୍ରମାଣିତ ହୋଇଛି।

ବିଜେଡି ସମର୍ଥିତ ଏହି ଟିଭି ଚ୍ୟାନେଲରେ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍’ ରିପୋର୍ଟ ପ୍ରସାରଣ କରିଥିଲାରିପୋର୍ଟକୁ ଜାତୀୟସ୍ତରର ସର୍ଭେ ସଂସ୍ଥା ‘ଜନ୍ କି ବାତ୍’ପ୍ରସ୍ତୁତ କରିଛି ବୋଲି ମଧ୍ୟ ଟିଭି ସ୍କ୍ରିନରେ ଉଲ୍ଲେଖ କରିଥିଲା।

ତେବେ ନିର୍ବାଚନ ପ୍ରକ୍ରିୟା ଜାରି ଥିବାବେଳେ ସମ୍ପୃକ୍ତ ଓଡ଼ିଆ ଟିଭି ଚ୍ୟାନେଲ କିଭଳି ଏକଜିଟ୍ ପୋଲ୍ ପ୍ରସାରଣ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏହି ଟିଭି ସ୍କ୍ରିନକୁ ନିଜର ‘ଏକ୍ସ’ ମାଧ୍ୟମରେ ଶେୟାର କରିଥିଲେ।

ଟିଭି ଚ୍ୟାନେଲ ପ୍ରସାରଣ କରୁଥିବା ଏକଜିଟ୍ ପୋଲ୍ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ବୋଲି ଦର୍ଶାଇଥିଲେ। ଏହା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ । ଏନେଇ ସେ ରାଜ୍ୟ ଓ ଜାତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ‘ଏକ୍ସ’ ମାଧ୍ୟମରେ ଅବଗତ କରିବା ସହ ‘ଜନ୍ କି ବାତ’ ସଂସ୍ଥାକୁ ଏହି ‘ଏକଜିଟ୍ ପୋଲ୍’ ସତ୍ୟାସତ୍ୟ ଜଣାଇବାକୁ ଅନୁରୋଧ କରିଥିଲେ ।

ଏହାର କିଛି ସମୟ ପରେ ‘ଜନ୍ କି ବାତ୍’ ସର୍ଭେ ସଂସ୍ଥା ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ବିଜେପି ମୁଖପାତ୍ରଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ଥିଲେ।ସେମାନେ ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ କୌଣସି ଏକଜିଟ୍ ପୋଲ୍ ଜାରି ହୋଇନି ବୋଲି ସ୍ପଷ୍ଟ କରିଛନ୍ତି । ଏହା ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ବୋଲି ସଂସ୍ଥା ଦର୍ଶାଇଛି। ସଂସ୍ଥା ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ଅନୁରୋଧ କରିଛି ।

ଅନ୍ୟପଟେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଥିବାରୁ ସମ୍ପୃକ୍ତ ଟିଭି ଚ୍ୟାନେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

ଏକଜିଟ ପୋଲ ପ୍ରସାରଣ ଉପରେ କଟକଣା ଥିଲେ ମଧ୍ୟ ବିଜେଡି ପ୍ରାୟୋଜିତ ଟିଭି ଚ୍ୟାନେଲ୍ କିଭଳି ଏହି ଏକଜିଟ୍ ପୋଲ୍ ପ୍ରସାରିତ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ସାହାସ କରିପାରୁଛି ? ସମ୍ପୃକ୍ତ ଚ୍ୟାନେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ନିର୍ବାଚନ କମିଶନ କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!