ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଜୋରଦାର ଟକ୍କର

ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି।

ପାଟକୁରା ରେ ବିଧାୟକ ପାର୍ଥୀ ଭାବେ ବିଜେଡିରୁ ବରିଷ୍ଟ ନେତା ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ମହାପାତ୍ର ମୈଦାନ କୁ ଓଲ୍ହାଇ ଥିବା ବେଳେ ବିଜେପି ତେଯେଶ୍ୱର ପରିଡା ଙ୍କୁ ପ୍ରାର୍ଥୀ କରିଛି | କଂଗ୍ରେସ ରୁ ରତିକାନ୍ତ କାନୁନ ଗୋ ପ୍ରାର୍ଥୀ ହୋଇଛନ୍ତି।ଆମ ଆଦମୀ ପାଟି ରୁ ଶ୍ରମିକ ନେତା ଅଶୋକ ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି |

ନିଜ ସାମର୍ଥ୍ୟ ଅନୁଯାୟୀ ଅଶୋକ ପ୍ରଚାର ଜାରି ରଖିଛନ୍ତି |ଅନ୍ୟ ପଟରେ ଓଡିଶା ହାଇକୋର୍ଟ ର ଜଣେ ଆଇନଜୀବୀ ତଥା ଦାନପୁର ଅଞ୍ଚଳ ର ବିଭୁତି ଭୂଷଣ ପଣ୍ଡା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ପାଟକୁରା ମୈଦାନ ରେ ଓଲ୍ହାଇଥିଲେ । ବିଭିନ୍ନ ଦଳର ପାର୍ଥି ଙ୍କୁ ସେ ମଧ୍ୟ କଡ୍ଡା ଟକ୍କର ଦେଉଛନ୍ତି |

Leave a Reply

Your email address will not be published. Required fields are marked *

error: Content is protected !!