ଟୁଙ୍ଗୁରୁ ଭୋଳ ସାଙ୍ଗରେ ଚନ୍ଦକା ପୋଲିସ କଲା ଖେଳ

ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିଲା ଟୁଙ୍ଗୁରୁ ଭୋଳ।ଏଥର ଚୋରଙ୍କ ସହ ସମ୍ପର୍କ ରଖି ପୁଲିସ ହାବୁଡ଼ରେ ପଡି଼ଛି ।ଭୁବନେଶ୍ୱରରୁ ଏକ କୋଟି ଟଙ୍କାର ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ ହୋଇଛନ୍ତି।ରାଜ୍ୟ ବାହାରକୁ ଏମାନେ ଲୁହା ପାଇପ ଚାଲାଣ କରୁଥିଲେ।

ଟୁଙ୍ଗୁରୁ ନିଜ ଅଟୋରେ ଚୋରା ଲୁହା ପରିବହନ କରୁଥିଲା। ଏହି ଗ୍ୟାଙ୍ଗ ଲୁହା ଚୋରି କରି ତାକୁ ତରଳାଇ ଅନ୍ୟ ରାଜ୍ୟକୁ ପଠାଉଥିଲେ।ପୋଲିସ ସୂଚନା ଅନୁସାରେ, ଟୁଙ୍ଗୁରୁ ତା’ ଅଟୋରିକ୍ସା ନେଇ ରାତିରେ ନନ୍ଦନକାନନ-ଚନ୍ଦକା ରାସ୍ତାରେ ଯାଉଥିଲା । ପୁଲିସର ସନ୍ଦେହ ହେବାରୁ ଉକ୍ତ ଅଟୋରିକ୍ସାକୁ ଅଟକାଇ ଯାଞ୍ଚ କରିଥିଲା ।

ଉକ୍ତ ଅଟୋରିକ୍ସାରୁ ୪ଜଣ ବାହାରିଲେ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଧରାପଡିଥିଲା । ସେମାନେ ଏକ ଆପାର୍ଟମେଣ୍ଟରୁ ଚୋରି କରି ଫେରାର୍ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଟୁଙ୍ଗୁରୁ ଚୋରମାନଙ୍କୁ କେବଳ ଅଟୋରେ ଚାଲାଣ କରୁଥିଲା ନା ଚୋରିରେ ତା’ର ସମ୍ପୃକ୍ତି ରହିଛି । ସେନେଇ ପୁଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Powered by Joinchat