ପୁରୀ :ଚନ୍ଦନଯାତ୍ରାରେ ଆତସବାଜି ବିସ୍ଫୋରଣର କିଛିଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମନ୍ଦିରର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପାର୍ଶ୍ଵରେ ରଖାଯାଇଥିବା ଫାଇବର ବ୍ୟାରିକେଡ଼ରେ ନିଆଁ ଲାଗି ଥିବାର ସୂଚନା ମିଳିଛି।
ନିଆଁ ଲାଗିଥିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିବା । କେହି ଜାଣିଶୁଣି ନିଆଁ ଲଗାଇ ଦେଇଥିବା କୁହାଯାଉଛି । ତେବେ କିଏ ନିଆଁ ଲଗାଇଥିଲା ସେ ନେଇ ଜଣାପଡି ନଥିବା ବେଳେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ନିଆଁକୁ ଆୟତ କରାଯାଇଥିବାରୁ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛି ଆଖପାଖ ଅଞ୍ଚଳ ।
ଇତିମଧ୍ୟରେ ସୂଚନା ମିଳିଛି ଯେ ଚନ୍ଦନଯାତ୍ରା ସମୟରେ ଅତସବାଜୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି