ଲୋକସଭା ନିର୍ବାଚନ ପଳାଫଳ ପୂର୍ବରୁ ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ:2024 ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ତୈଳ ବିତରଣ କମ୍ପାନୀ (ଓ.ଏମ୍.ସି.) ଗୁଡ଼ିକ 19 କିଲୋଗ୍ରାମ କିମ୍ବା ବ୍ୟବସାୟିକ ଏଲ.ପି.ଜି ସିଲିଣ୍ଡର୍ (ରନ୍ଧନ ଗ୍ୟାସ ) ମୂଲ୍ଯରେ ବ୍ୟାପକ ହ୍ରାସ ଘୋଷଣା କରିଛନ୍ତି।

ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ, 19 କିଲୋଗ୍ରାମର ରନ୍ଧନ ଗ୍ଯ଼ାସ ସିଲିଣ୍ଡରର ମୂଲ୍ଯ 72 ଟଙ୍କା ହ୍ରାସ କରାଯାଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ତେବେ କମ୍ପାନୀଗୁଡ଼ିକ 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ଯରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ଆଜିର ମୂଲ୍ଯ ହ୍ରାସ ପରେ ଦିଲ୍ଲୀରେ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ଯ ଏବେ 1,676 ଟଙ୍କା ରହିଛି। ମୁମ୍ବାଇ ଏବଂ କୋଟାରେ, 19-କିଲୋ ବ୍ୟବସାୟିକ ଗ୍ୟାସ ପାଇଁ ଜଣକୁ ଯଥାକ୍ରମେ 1,629 ଟଙ୍କା ଏବଂ 1,787 ଟଙ୍କା ଦେବାକୁ ପଡ଼ିଥାଏ।

ସହର ଅନୁସାରେ ନୂଆ ଦର

ଦିଲ୍ଲୀ 1676,ମୁମ୍ବାଇ 1629,କୋଲକାତା 1787,ଚେନ୍ନାଇ 1849, ରାଞ୍ଚି 1836,ଲକ୍ଷ୍ନୌ 1789,ନୋଏଡା 1667,ଦିବ୍ରୁଗଡ଼ 1729,ବେଙ୍ଗାଲୁରୁ 1755, ଅହମ୍ମଦାବାଦ 1695 , ପାଟନା 1947, ଚଣ୍ଡିଗଡ଼ 1697,ସିମଲା 1782, ଗୋଆ 1743, ଥିରୁବନନ୍ତପୁରମ 1706

Leave a Reply

Your email address will not be published. Required fields are marked *

error: Content is protected !!