ରାୟଗଡାରେ ଜଳିଗଲା ୪ଟି ବସ୍

ରାୟଗଡା:୪ଟି ବସ୍ ନିଆଁ ଲାଗିଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ । ଆଜି ଅପରାହ୍‌ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଛି।

ସୂଚନା ପାଇ ଘଟଣା ସ୍ଥଳରେ ଦୁଇଟି ଦମକଳ ବାହନୀ ପହଁଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏହି ଚାରୋଟି ବସ ଗୋଟିଏ ମାଲିକର ହୋଇଥିବା ସୂଚନା ମିଳିଛି। ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ଗରମ ଯୋଗୁଁ ବସରେ ନିଆଁ ଲାଗିଯାଇଥିବା ସୂଚନା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ବସ୍‌ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!