ଶିକ୍ଷୟତ୍ରୀଙ୍କ ମହାନତା,ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ପୁରୀର ଜଣେ ଶିକ୍ଷୟତ୍ରୀ l ପୁରୀ ବଡ଼ଦାଣ୍ଡ ସ୍ଥିତ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ତାଙ୍କ ସ୍ୱାମୀ ଶାରଦା ପ୍ରସନ୍ନ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଜଣେ ଦଶମ ଶ୍ରେଣୀର ମେଧାବୀ ଛାତ୍ରୀ ଆରାଧନା ମହାନ୍ତିଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି l
ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ସ୍ୱାମୀଙ୍କ ପ୍ରତ୍ୟକ ଶ୍ରାଦ୍ଧବାର୍ଷିକୀ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବା ଲାଗି ଆର୍ଥିକ ରାଶି ସହାୟତା କରିଥାନ୍ତି l ଆଜି ମଧ୍ୟ ସ୍ୱାମୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ସେହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରି ସ୍ୱାମୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ପୁରୀର ଏହି ଶିକ୍ଷୟତ୍ରୀଙ୍କ ମହାନ କାର୍ଯ୍ୟ କୁ ସହର ବାସୀ ପ୍ରଶଂସା କରିଛନ୍ତି ଲ
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ