ପୂର୍ବରୁ ଅନେକଥର ଶ୍ରୀମନ୍ଦିର ମଧ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ସୁରକ୍ଷା ଜନିତ ଅଘଟଣ ଘଟିଛି। କେବେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ରେ ଫୋଟୋ। କେବେ ଶ୍ରୀମନ୍ଦିର ଉପରେ ଦ୍ରୋନ। କିନ୍ତୁ ପ୍ରଶାସନର ଚେତା ପଶୁନି ।ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଶ୍ରୀମନ୍ଦିର ଭିତର ବେଢାରେ ଥିବା ମନ୍ଦିର କାର୍ଯ୍ୟାଳୟ ସମ୍ମୁଖୀର । ଯେଉଁଠାରେ ଦୁଇଜଣ ବ୍ୟକ୍ତି ନିଜର ଫଟୋ ଉଠାଇଛନ୍ତି।

ସୂଚନା ଅନୁୟାୟୀ, ଅନିଲ କୁମାର ସ୍ବାଇଁ ନାମକ ଜଣେ ଫେସବୁକ୍ ୟୁଜର୍ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଫୋଷ୍ଟ କରିବା ସହ ଲେଖିଛନ୍ତି, ‘ ଶ୍ରୀମନ୍ଦିର ତ୍ରିସ୍ତରିଅ ସୁରକ୍ଷା ମଧ୍ୟରେ ଵି ଫୋନ ନେଇ ମନ୍ଦିର ଭିତରେ ଫଟୋ ଉଠାଯାଉଛି ।” ତେବେ ଏଥିରୁ ଜଣାପଡୁଛି ଯେ ପ୍ରଶାସନ କିଭଳି ସୁରକ୍ଷା ଦେଉଛି। ଏ ଦୁଇଜଣଙ୍କୁ କିଏ ସାହସଦେଲା ଫୋଟୋ ଉତୋଳନ କରିବାକୁ?