ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ କାର୍ଯ୍ୟାଳୟରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଥିଲା। ଗୋଟିଏ ପରେ ଗୋଟିଏ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଏହା ପରେ ଚୀନ୍ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ କରୁଥିବା ମାଲଦ୍ୱୀପ ଏକ ବଡ଼ ଘୋଷଣା କରିଛି। ପ୍ରଥମେ ଲାଗୁଥିଲା ଯେ ମାଲଦ୍ୱୀପ ଭାରତ ସମ୍ବନ୍ଧରେ କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି, କିନ୍ତୁ ପରେ ମାଲଦ୍ୱୀପ ଘୋଷଣା କରିଛି ଯେ ଏହା ବର୍ତ୍ତମାନ ଇସ୍ରାଏଲ୍ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବ।

ଗାଜାରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଏହା କରାଯାଉଛି। ଇସ୍ରାଏଲର ପାସପୋର୍ଟ ଥିବା ଲୋକଙ୍କୁ ନିଷିଦ୍ଧ କରିବା ପାଇଁ ମୁଇଜୁ ସରକାର ବର୍ତ୍ତମାନ ଆଇନ ପରିବର୍ତ୍ତନ କରିବେ। କହିରଖୁଛୁ ଯେ, ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଲୋକ ମାଲଦ୍ୱୀପ ପରିଦର୍ଶନ କରିବାକୁ ଆସନ୍ତି। ଏଥିମଧ୍ୟରୁ ଇସ୍ରାଏଲର ପ୍ରାୟ ୧୫ ହଜାର ପର୍ଯ୍ୟଟକ ରହିଛନ୍ତି।
ଯାହା ପରେ ଇସ୍ରାଏଲ୍ ପକ୍ଷରୁ କଡ଼ା ପ୍ରତିକ୍ରିୟା ସାମନାକୁ ଆସିଛି । ଇସ୍ରାଏଲ୍ ନିଜ ନାଗରିକଙ୍କୁ ପରାମର୍ଶ ଦେଇ କହିଛି ଯେ ମାଳଦ୍ୱୀପର ବହିଷ୍କାର କରନ୍ତୁ। ହିନ୍ଦ ମହାସାଗରରେ ଭାରତର ସେହି ଦ୍ୱୀପକୁ ଭ୍ରମଣରେ ଯାଆନ୍ତୁ, ଯେଉଁଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଥିଲେ ।
ଭାରତରେ ଇସ୍ରାଏଲୀ।ଦୂତାବାସ ଏକ୍ସରେ ଲେଖିଛି, କି ମାଳଦ୍ୱୀପ ଏବେ ଇସ୍ରାଏଲୀଙ୍କ ପ୍ରବେଶ ଉପରେ ବ୍ୟାନ ଲଗାଇଛି।ତଳେ ଦିଆଯାଇଥିବା କିଛି ସୁନ୍ଦର ଏବଂ ଅଦ୍ଭୂତ ଭାରତୀୟ ସାମୁଦ୍ରିକ କୂଳ ରହିଛି। ଯେଉଁଠାରେ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଇଥାଏ ଏବଂ ଆଦର ସତ୍କାର ମଧ୍ୟ କରାଯାଏ । ଆମ କୂଟନୀତିଜ୍ଞଙ୍କ ଦ୍ୱାରା ଭ୍ରମଣ କରାଯାଇଥିବା ସ୍ଥାନ ଆଧାରରେ କିଛି ପରାମର୍ଶ ଅଟେ ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ମାଳଦ୍ୱୀପ ଆପତ୍ତି ଉଠାଇଥିଲା । ଏପରି କି ସେଠାକାର ତିନି ଜଣ ମନ୍ତ୍ରୀ ମଧ୍ୟ ପିଏମ୍ ମୋଦୀଙ୍କୁ ନେଇ ନକାରାତ୍ମକ ଟିପ୍ପଣୀ କରିଥିଲେ । ଏହାପରେ ଭାରତରେ ମାଳଦ୍ୱୀପ ବହିଷ୍କାର ଅଭିଯାନ ଆରମ୍ଭ ହୋଇଥିଲା । ଭାରତୀୟ ପର୍ଯ୍ୟଟକ ନିଜ ମାଳଦ୍ୱୀପ ଯାତ୍ରା ମଧ୍ୟ ରଦ୍ଦ କରିଥିଲେ । ଯେଉଁଥି ପାଇଁ ମାଳଦ୍ୱୀପକୁ ଆର୍ଥିକ ସଂକଟର ସାମନା କରିବାକୁ ପଡ଼ିଥିଲା ।