ସୋମବାର ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସର ତିନୋଟି କୋଚରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ଏପର୍ଯ୍ଯ଼ନ୍ତ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ। ପାଞ୍ଚଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା।

ରେଳ ଡିସିପି କେପିଏସ୍ ମାଲହୋତ୍ରା ନିଶ୍ଚିତ କରିଛନ୍ତି ଯେ ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ମିଳିଛି।ସେ କହିଛନ୍ତି, “ଏକ ଟ୍ରେନରେ ନିଆଁ ଲାଗିବା ସମ୍ପର୍କରେ ଅପରାହ୍ନ 4ଟା 41 ମିନିଟରେ ଏକ ପିସିଆର କଲ୍ ଆସିଥିଲା।
ଘଟଣା ସ୍ଥଳରେ ତାଜ୍ ଏକ୍ସପ୍ରେସ୍ ଟ୍ରେନର ତିନୋଟି କୋଚ୍ ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍ ଅଟକିଛି। ଯାତ୍ରୀମାନଙ୍କୁ ଅନ୍ଯ କୋଚ୍ କୁ ସ୍ଥାନାନ୍ତର କରାଯାଇ ଓହ୍ଲାଇ ଦିଆଯାଇଥିବାରୁ କେହି ଆହତ ହୋଇନାହାନ୍ତି। ଆହୁରି, ରେଳବାଇ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯ଼ନ୍ତ ସ୍ପଷ୍ଟ ହୋଇନାହିଁ।