ଦୀର୍ଘ ୨୪ବର୍ଷ ଶାସନ ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍) ଗୋଟିଏ ଆସନ ହାସଲ କରିଛନ୍ତି ।
ବିଜେଡି ର କେଉଁ ଭୁଲ୍ ଯୋଗୁ ଦଳକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଛି। ଆସନ୍ତୁ ଜାଣିବା …
ଓଡ଼ିଆ ଅସ୍ମିତା ପ୍ରାୟତଃ ପ୍ରଥମ କାରଣ। ପାଣ୍ଡିଆନ ଯେମିତି ଭାବରେ ଓଡ଼ିଆ ମନ୍ତ୍ରୀ, ନେତାଙ୍କୁ ପ୍ରଭାବ ଶୂନ୍ୟ ଦେଖାଇଲେ। ପାଣ୍ଡିଆନ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ଉପସ୍ଥାପିତ କରିବା।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଖେଳ ଅନ୍ୟ ଏକ ପ୍ରମୁଖ କାରଣ। କୋର୍ଟ ଆଦେଶ ପରେ ମଧ୍ୟ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ନ ଖୋଲିବା ଓଡ଼ିଆଙ୍କ ଭୃକୁଞ୍ଚନ ସୃଷ୍ଟିକଲା। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଦୁର୍ନୀତି ଓ ଅନେକ ତ୍ରୁଟି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରରୁ ଦୂରେଇ ରହିଲେ। କାର୍ତ୍ତିକ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଉଭୟ ବିଜେଡି ଓ ସରକାରରେ ସର୍ବେସର୍ବା ପାଲଟିଗଲେ ।ନବୀନଙ୍କୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୋଲିସ ଡିଜି ମଧ୍ୟ ଭେଟିବା ସମ୍ଭବପର ହେଲାନି । ଯାହାକୁ ନେଇ ଉଭୟ ଦଳ ଓ ସରକାରୀ ଅଫିସରଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା।
ଅନ୍ୟଟି ହେଲା ବିଜେଡି ପ୍ରାର୍ଥୀ ଚୟନବେଳେ ସମ୍ପୂର୍ଣ୍ଣ ମନମୁଖୀ ନିଷ୍ପତ୍ତି ନେଇଥିଲା। ଡିଏସ କୁଟ୍ଟେଙ୍କ ଉପରେ ଭରସା କରି ପାଣ୍ଡିଆନ ବିଭିନ୍ନ ନିର୍ବାମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଏମ୍ପି ପ୍ରାର୍ଥୀ ଚୂଡାନ୍ତ କରିଥିଲେ। ଅନ୍ୟପଟେ ବିଜେଡିର କୌଣସି ନେତା-ମନ୍ତ୍ରୀଙ୍କୁ ବିଗତ ୫ବର୍ଷ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ଦିଆଗଲାନି ।