ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଗିରିଶଚନ୍ଦ୍ର ମୁର୍ମୁ

ଓଡିଶାରେ ​​ବିଜେପି ଏକ ବୃହତ ବିଜୟ ହାସଲ କରିଛି। ଯେଉଁଠାରେ ବିଜେପି ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛି। ବିଜେପି ପୁରା ନିର୍ବାଚନରେ ଓଡ଼ିଆ ଅସ୍ମିତା ବିଷୟରେ ବାରମ୍ବାର କହିଛି।

ବିଜୟ ପରେ ଜଣେ ସଚୋଟ ଓ ପରିଶ୍ରମୀ ଓ ଓଡ଼ିଆଙ୍କ ଚୟନ ନିତ୍ୟାନ୍ତ ଆବଶ୍ୟକ। ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରୁଥିବେ । ସେଭଳି ବ୍ୟକ୍ତିତ୍ବ ପାଖରେ ଓଡିଆ ଅସ୍ମିତାର ପରିଚୟ ଥିବ । ମିଳିଥିବା ସୂଚନା ଅନୁଯାୟୀ ବିଜେପି ନେତୃତ୍ବ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ କୌଣସି ସାଂସଦଙ୍କୁ ଦାୟିତ୍ବ ଦେବାକୁ ଚାହୁଁନାହିଁ । ଲୋକସଭାରେ ସଂଖ୍ୟାଗରିଷ୍ଠତା ର ଅଭାବ ଏହାର ଏକ ପ୍ରମୁଖ କାରଣ।

ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରେ ଯୋଗ୍ୟ ବିଧାୟକ ଯଦିଓ ରହିଛନ୍ତି।, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଭିଜ୍ଞ ନେତା ଥିବା କେନ୍ଦ୍ରୀୟ ନେତୃତ୍ବ ଅନୁଭବ କରୁନାହିଁ । ତେଣୁ ଓଡିଶାକୁ ଜଣେ ଭଲ ଓଡିଆ ନେତାଙ୍କୁ ପଠାଇବାକୁ କେନ୍ଦ୍ରୀୟ ନେତୃତ୍ବ ମନସ୍ଥ କରିଛି । ସେ ହେଉଛନ୍ତି ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ମୟୂରଭଞ୍ଜ ଜିଲାର ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଗିରିଶଚନ୍ଦ୍ର ମୁର୍ମୁ।

ସମ୍ପ୍ରତି ଭାରତୀୟ ମହାଲେଖାକାର ଓ ହିସାବ ସମୀକ୍ଷକ (ସିଏଜି) ପଦରେ ଅଧିଷ୍ଠିତ।୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ ମୁର୍ମୁ ଅତୀତରେ ଗୁଜରାଟରେ ମୋଦୀଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ । ୨୦୨୦ ମସିହା ଅଗଷ୍ଟ ୮ରୁ ସେ ସିଏଜି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ କାମ କରୁଛନ୍ତି । ଏହା ପୂର୍ବରୁ ତାଙ୍କୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଦାୟିତ୍ବ ମିଳିଥିଲା ।

ମୁର୍ମୁଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ରହିଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦବେଳେ ସେଠାରେ ଶାସନ ବ୍ୟବସ୍ଥାକୁ ଠିକ୍ ପରିଚାଳନା କରିବା ଲାଗି ମୁର୍ମୁଙ୍କୁ ଉପରାଜ୍ୟପାଳ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଗିରିଶଙ୍କ କାର୍ଯ୍ୟକାଳ ବେଶ୍ ‌ ସନ୍ତୋଷଜନକ ରହିଥିଲା । ଜଣେ ସ୍ବଚ୍ଛ ତଥା ନିରପେକ୍ଷ ଏବଂ ସମସ୍ତଙ୍କୁ ନେଇ କାଯ୍ୟ କରିବାର ସଫଳ ରେକର୍ଡ ମୁର୍ମୁଙ୍କର ରହିଛି ।

ହୁଏତ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଭଳି ଜଣେ ଦକ୍ଷ ପ୍ରଶାସକଙ୍କୁ ପ୍ରଧାନମନ୍ତ୍ରୀ ଓଡିଶାର ଦାୟିତ୍ବ ନେବାକୁ ପଠାଇପାରନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!