ଭୁବନେଶ୍ୱର:ଓଡିଶା ରାଜ୍ୟର ଜନସାଧାରଣ ମାନେ ପଡୋଶୀ ରାଜ୍ୟର ଲୋକଙ୍କ ସହ ଭାଇଚାରା ସମ୍ପର୍କରେ ଚଳନ୍ତି ଏବଂ ପଡୋଶୀ ରାଜ୍ୟର ଅଧିବାସୀ ମାନେ ମଧ୍ୟ ଓଡିଶା ସୀମାନ୍ତରେ ବାସ କରୁଥିବା ଲୋକଙ୍କ ସହିତ ମଧ୍ୟ ଉତ୍ତର ସମ୍ପର୍କ ରଖିଛନ୍ତି l କିନ୍ତୁ କେତେକ ଓଡିଶା ସୀମାନ୍ତ ଅଂଚଳକୁ ଧସେଇ ପଶିଆସୁଛନ୍ତି ପଡୋଶୀ ରାଜ୍ୟ l ଏହାର ସାମାଧାନ ସମ୍ଭବ ହୋଇ ପାରିଥାନ୍ତା ଏହାକୁ ଗୁରୁତର ସହିତ ଚାନ୍ତାକରି ଉଭୟ ରାଜ୍ୟର ମିଶି ନିଷ୍ପତି ନେଇଥିଲେ ତେବେ ସମାଧାନର ବାହାରି ପାରିଥାନ୍ତା l ପୁଣି କେତେବେଳେ ବାଲି ତ କେତେବେଳେ ପାଣି ଉପରେ ନଜର l
ଓଡିଶାର ସୀମାନ୍ତ ଗାଁ ଗୁଡିକ ଅନେକ ଅଗମ୍ୟ ଅରଣ୍ୟର ଭରପୁର ଫାଇଦା ଉଠେଇବାକୁ ପ୍ରୟସରତ ପଦୋଷୀ ସୀମାନ୍ତର ଅଧିବାସୀ ମାନଙ୍କୁ ଅନେକ ଲୋଭନୀୟ ଯୋଜନା ଦେଖାଇ ସେ ମାନେ ପଶି ଆସୁଛନ୍ତି l ତେଣୁ ସୀମାନ୍ତ ଅଞ୍ଚଳ ଅଧିବାସୀ ମାନେ ପଡୋଶୀ ରାଜ୍ୟ ପ୍ରତି ଆକର୍ଷିତ ହେବା ଓ ତାଙ୍କ ପ୍ରଲୋଭନରେ ପଡ଼ିବା କିଛି ଅସ୍ୱାଭାବିକ କଥା ନୁହେଁ l କିଛି ସୀମାନ୍ତ ଅଞ୍ଚଳବାସୀର ଲୋକ ମଧ୍ୟ ପଡୋଶୀ ରାଜ୍ୟରେ ରହିବାକୁ ଆନ୍ଦୋଳନ କରିବା ଅନେକ ନିଜର ରହିଛି l
1936ମସିହାରେ ଓଡିଶା ଭାଷାଭିତିକ ରାଜ୍ୟ ହେଲା ବେଳେ ମଧ୍ୟ ଷଢ଼େଇକଳା ଓ ଖରଶୁଆଁ ଭଳି ଓଡିଶା ଭାଷାଭୀସୀ କେତେକ ଅଞ୍ଚଳ ମଧ୍ୟ ସେତେବେଳେ ଆମ ରାଜ୍ୟରୁ ବାଦପଡ଼ିଗଲା l ପରବର୍ତ୍ତୀ ସମୟରେ ଓଡିଶାରେ ମିଶ୍ରଣ ପାଇଁ ଅନେକ ଆନ୍ଦୋଳନ ମଧ୍ୟ ପ୍ରଶାସନିକ, ରାଜନୀତିକ ଓ ବ୍ୟକ୍ତିଗତ ନିଷ୍ଟିୟତା ପାଇଁ ମଳିନ ପଡି ଆଜି ପର୍ଯ୍ୟନ୍ତ ଚାଲିରହିଛି l ବର୍ତମାନ ବଦଳିଗଲା ରାଜନୀତି ସମୀକାରଣ lପ୍ରଥମଥର ପାଇଁ ଓଡ଼ିଶାରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି। ଏହି ବଡ଼ ବିଜୟ ପଛର ପ୍ରମୁଖ ପ୍ରସଙ୍ଗ ଥିଲା ଓଡ଼ିଆ ଅସ୍ମିତା।
ଅନ୍ୟପଟେ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଛି ବିଜେପି ନେତୃତ୍ବାଧୀନ ଏନ୍ଡିଏ। କୋଟିଆରେ ବାରମ୍ବାର ବିବାଦ ସୃଷ୍ଟି କରୁଥିବା ଆନ୍ଧ୍ରରେ ବି କ୍ଷମତା ପରିବର୍ତ୍ତନ ହୋଇଛି। ୱାଇଏସ୍ଆର କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇଥିଲା ବେଳେ ବିବାଦର କ୍ଷମତାକେନ୍ଦ୍ର ଭାବେ ଜଣାଶୁଣା ଆନ୍ଧ୍ରରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପି. ରାଜନ ଦୋରା ମଧ୍ୟ ପରାସ୍ତ ହୋଇଛନ୍ତି। ଏମିତି ଅନେକ କାରଣ ଏବେ କୋଟିଆ ପାଇଁ ଅନୁକୂଳ ହୋଇଛି ସତ। କିନ୍ତୁ ୬୦ବର୍ଷ ପୁରୁଣା କୋଟିଆ ବିବାଦ ଜୁନ୍ ୪ତାରିଖ ପରେ ନୂଆ ମୋଡ଼ ନେଇଛି। ଦୁଇ ରାଜ୍ୟର ନୂଆ ସରକାରଙ୍କ ଆଭିମୁଖ୍ୟ ଉପରେ ଏବେ କୋଟିଆବାସୀଙ୍କ ନଜର।
କାରଣ ଉଭୟ ରାଜ୍ୟରୁ ସମାନ ସୁବିଧା ସହ ସୁଯୋଗ ଅଞ୍ଚଳବାସୀ ପାଉଛନ୍ତି। ପୂର୍ବଭଳି ଆଗକୁ ମଧ୍ୟ ଦୁଇ ରାଜ୍ୟର ସୁବିଧା ମିଳିବ ନା ଏଥିରେ କିଛି ଊଣା କିମ୍ବା ଅଧିକ ହେବ ତାହା କୋଟିଆବାସୀଙ୍କୁ ଚିନ୍ତାରେ ପକାଇଛି। ସେହିପରି ସୁପ୍ରିମକୋର୍ଟରେ ବିବାଦର ଶୁଣାଣି ସମୟରେ ତଥ୍ୟ ଉପସ୍ଥାପନରେ କେଉଁ ରାଜ୍ୟର କେମିତି ପ୍ରତିକ୍ରିୟା ରହିବ କୋଟିଆବାସୀ ତାହାର ଆକଳନ ଏବେଠାରୁ କରିବା ଆରମ୍ଭ କରିଛନ୍ତି।ବୁଦ୍ଧିଜୀବୀ କିନ୍ତୁ ଦୁଇ ପ୍ରକାର ରାୟ ଦେଉଛନ୍ତି। ଦୁଇ ରାଜ୍ୟର ହିତ ଦୃଷ୍ଟିରୁ ଏହି ସମ୍ବେଦନଶୀଳ ମାମଲାରେ ଦୁଇ ରାଜ୍ୟ ବିଶେଷ ହସ୍ତକ୍ଷେପ କରିବେ ନାହିଁ ବୋଲି ଅନୁମାନ କରିଛନ୍ତି। ସ୍ଥିତାବସ୍ଥା ଜାରି ରଖିବେ ଏବଂ ବିବାଦୀୟ ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥିପାଇଁ ଯଥାସମ୍ଭବ ଦୂରେଇ ରହିବେ। ଯଦି ନିଷ୍ପତ୍ତି ନେବାରେ ସାମାନ୍ୟ ତ୍ରୁଟି ହୁଏ ତେବେ ଦୁଇ ରାଜ୍ୟରେ ଅସନ୍ତୋଷ ବଢ଼ିବା ନିଶ୍ଚିତ।
ଯାହାର ସିଧାସଳଖ ପ୍ରଭାବ ଦୁଇ ରାଜ୍ୟରେ ବଡ଼ ଆକାରରେ ପଡ଼ିବ। ପୁଣି ଉଭୟ ରାଜ୍ୟର ସରକାର ଗୋଟିଏ କ୍ଷମତା ଡଙ୍ଗାର ଯାତ୍ରୀ ହୋଇଥିବାରୁ ପରସ୍ପର ସହ ସଂପର୍କ ବିଗାଡ଼ିବା ପାଇଁ ଆଦୌ ଚାହିବେ ନାହିଁ। ସ୍ଥିତାବସ୍ଥା ଜାରି ରଖିବା ଦିଗରେ ଓଡ଼ିଶାର ବିଜେପି ସରକାର ସର୍ବାଧିକ ଧ୍ୟାନ ରଖିବେ ବୋଲି କୁହାଯାଉଛି। କାରଣ ଏହି ସୀମା ବିବାଦ ପ୍ରସଙ୍ଗରେ ବାରମ୍ବାର ବିଜେଡି ସରକାରଙ୍କୁ ବହୁ ବର୍ଷ ହେଲା ବିଜେପି ଘେରି ଆସୁଥିଲା। ତେଣୁ କୋଟିଆ ପ୍ରସଙ୍ଗରେ ମାପିଚୁପି ମନ୍ତବ୍ୟ ଦେବେ। ନଚେତ ବିଧାନସଭା ଭିତରେ ତଥା ବାହାରେ ସମାଲୋଚିତ ହେବେ।
ରାଜ୍ୟବାସୀ ଯେଉଁ ଆସ୍ଥା ରଖି କ୍ଷମତା ଗାଦିରେ ବସାଇଛନ୍ତି ତାହା ତୁଟିବାର ସମ୍ଭାବନା ରହିଛି। ଏମିତି ଅଙ୍କ କଷା ଭିତରେ କିନ୍ତୁ କୋଟିଆରେ ବଡ଼ ପରିବର୍ତ୍ତନର ମଧ୍ୟ ସଂକେତ ମିଳୁଛି। ବିକାଶର ଯେଉଁ ଧାରା କିଛି ବର୍ଷ ତଳେ ଆରମ୍ଭ ହୋଇଥିଲା ତାହାକୁ ଅଧିକ ଗତି ମିଳିବ। ରାଜନୀତିରେ ସବୁ ସମ୍ଭବ ହୋଇଥିବାରୁ ହୁଏତ ଆପୋସ ଆଲୋଚନାରେ ସ୍ଥାୟୀ ସମାଧାନ ପାଇଁ ମଧ୍ୟ ବାଟ ଫିଟିପାରେ। ତେବେ ସମୟ ହିଁ କହିବ କୋଟିଆ ଭାଗ୍ୟରେ କ’ଣ ରହିଛି।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ