ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର :ଗତ ବୁଧବାର ଦିନ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଥିଥିଲେ l ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ରୁ ଦୁଇ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ଅନୁଯାଇ lଦୁଇ ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି। ଏମାନେ ହେଲେ ସୁରେଶ ଚନ୍ଦ୍ର ମହାପାତ୍ର ଓ ଆର୍‌ ବାଳକ୍ରିଷ୍ଣନ। ‘ସିଏମ୍‌ଓ’ର ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ର ଇସ୍ତଫା ଦେଇଛନ୍ତି। ସେହିପରି‌ ସ୍ବତନ୍ତ୍ର ଏଟିଭ୍‌ ଉପଦେଷ୍ଟା ପଦରୁ ବରିଷ୍ଠ ଅଧିକାରୀ ଆର. ବାଲକ୍ରିଷ୍ଣନ୍‌ ଇସ୍ତଫା ଦେଇଛନ୍ତି।

ସୁରେଶ ମହାପାତ୍ର ଓ ଆର. ବାଲକ୍ରିଷ୍ଣନଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି। ତେବେ ଏହି ଦୁଇ ଜଣ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଦୁହେଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇ ରିଟାୟର୍ଡ ଆଇଏଏସ୍ ଅଫିସର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!