ଆଜି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେବେ ନରେନ୍ଦ୍ର ମୋଦୀ

ଦିଲ୍ଲୀ:ଆଜି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମୋଦିଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ।ଏହା ପରେ ରାଷ୍ଟ୍ରପତି ତାଙ୍କୁ ରବିବାର ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ଦେଶର ରାଜ୍ୟ ମୁଖ୍ୟ ଯୋଗଦେବେ। ଏ ବାବଦରେ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀକୁ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି। ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସର ନଜର ରହିବ। ରାଷ୍ଟ୍ରପତି ଭବନଙ୍କ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ, ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନାଥ ଏବଂ ସେଚେଲ୍ସ ରାଷ୍ଟ୍ରପତି ୱେଭେଲ ରାମଖେଲାୱାନଙ୍କୁ ନିମନ୍ତ୍ରଣ କରାଯାଇଛି।ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି।

ଓଡ଼ିଶାରୁ କେତେକ ନେତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିପାରେ ବୋଲି କୁହାଯାଇଛି। ଧର୍ମେନ୍ଦ୍ର, ବୈଜୟନ୍ତ, ଅପରାଜିତାଙ୍କ ସମେତ ବହୁ ହେଭିୱେଟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏଥିସହ ଭର୍ତ୍ତୃହରି ମହାତାବଙ୍କୁ ବାଚସ୍ପତି ପଦ ମିଳିବା ନେଇ କୁହାଯାଉଛି

Leave a Reply

Your email address will not be published. Required fields are marked *

error: Content is protected !!