ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ କୁଶପୁତ୍ତଳିକା ଦାହ

ପୁରୀ:ପୁରୀ ବିଧାନସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି | ଏହାର ଅନେକ କାରଣ ମଧ୍ୟ ରୁ ସେମାନେ ଯୁବ ଓ ଛାତ୍ର ଙ୍କ ଆଦର୍ଶ କଂଗ୍ରେସ ଦଳକୁ ମଜବୁତ କରିଥିବା ଜଣେ ସାଧାରଣ ସଂଗଠକ କଂଗ୍ରେସ ଦଳ ର କର୍ମୀ ଅନୁଯାଇ ମାନସ ଚୌଧୁରୀ ଙ୍କ ସାପେକ୍ଷ ରେ ଯାଇ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଙ୍କୁ ସମାଲୋଚନା କରିଛନ୍ତି |

କାହିଁକି ବିନା କାରଣ ଦର୍ଶାଅ ନୋଟିସ ନଦେଇ ମାନସ ଚୌଧୁରୀ ଙ୍କୁ ଶରତ ପଟ୍ଟନାୟକ ଦଳ ରୁ ୬ବର୍ଷ ପାଇଁ ବହିଷ୍କାର କରିଲେ | ଯିଏ ଦଳ ପାଇଁ ରାତିଦିନ ଏକ କରି ଯୁବ ଓ ଛାତ୍ର କଂଗ୍ରେସ କୁ ରାଜ୍ୟ ସ୍ତରରେ ମଜବୁତ କରିଛନ୍ତି | ବିଭିନ୍ନ ସମୟ ରେ ବିଭିନ୍ନ ଅଭିନବ ଉପାୟରେ ବିଭିନ୍ନ ବିରୋଧ ଓ ଆନ୍ଦୋଳନ କରି କଂଗ୍ରେସ କୁ ଜନତା ଙ୍କ ଆସ୍ଥା ଭଜନ କରାଇପାରିଛନ୍ତି |

ଓଡିଶା ରେ ଭାରତ ଜୋଡ ଯାତ୍ରା କୁ ସଫଳ କରିବା ସହ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ଓଡିଶା ଜୋଡ ଯାତ୍ରା କୁ ଯିଏ ସଫଳ ମଧ୍ୟ କରିଥିଲେ | ଯିଏ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲିକାଅର୍ଜୁନ ଖଡ଼ଗେ ଙ୍କ ପ୍ରଚାର କୁ ସଫଳ କରିଥିଲେ | ଯିଏ ସାଲେପୁର ରେ ରାହୁଲ ଗାନ୍ଧୀ ଙ୍କ ନିର୍ବାଚନୀ ପ୍ରଚାର କୁ ସଫଳ କରିଥିଲେ | ଯୁବ ଓ ଛାତ୍ର କଂଗ୍ରେସ ର ବିଭିନ୍ନ ଆନ୍ଦୋଳନ ର ମଙ୍ଗ ଧରିବାକୁ ନୂତନ ଛାତ୍ର ଓ ଯୁବ ନେତା ଙ୍କୁ ଯିଏ ପ୍ରେରଣା ଦେଇ କଂଗ୍ରେସ କୁ ସୁସଙ୍ଗଠିତ କରିଛନ୍ତି | ଯାହା ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ ୯ ରୁ ୧୪ ଆସନ କୁ ଆସିପାରିଛି ସତ୍ୟ ହେଲା ସବୁ ସେଇ ମାନସ ଚୌଧୁରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ର ସୁଫଳ |

ମାନସ ଚୌଧୁରୀ ଙ୍କ କାର୍ଯ୍ୟକଳାପ କଂଗ୍ରେସ କୁ ମଜବୁତ କରିବା ଦେଖି କଂଗ୍ରେସ କୁ ବୁଡ଼େଇବା ପାଇଁ ମଙ୍ଗ ଧରିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡିଶା କଂଗ୍ରେସ ର ପ୍ରଭାରୀ ବା କଂଗ୍ରେସ ପାଣ୍ଡିଆନ ଅଜୟ କୁମାର ଦଳ ର ଟିକେଟ ବିଜେଡି ଓ ବିଜେପି ସହ ସାଲିସ କରି ଟିକେଟ ବାଣ୍ଟିବା ସହ ଦଳ ତରଫରୁ ଅଳ୍ପ ବହୁତ ଯୋଉ ଫଣ୍ଡ ଆସିଥିଲା ସେଇ ସବୁକୁ ନକଲି ଦସ୍ତଖତ କରି ସବୁ ଟଙ୍କା ଖାଇଗଲେ | ଜଣେ ଖଣି ମାଫିଆ ଠାରୁ କୋଟି କୋଟି ଟଙ୍କା ନେଇ ଦଳ ରୁ ଦୁର୍ବଳ ନେତା ଙ୍କୁ ଅନେକ ଜାଗାରେ ଟିକେଟ ଦେଇ ଦଳକୁ ନଷ୍ଟ କରିଛନ୍ତି | ରାଜ୍ୟ ସ୍ଵତନ୍ତ୍ର ଇଣ୍ଟେଲିଜେନସି ରିପୋର୍ଟ କଂଗ୍ରେସ କୁ ୩୦ରୁ ଉର୍ଦ୍ଧ ସିଟ ବିଧାନ ସଭାରେ ମିଳିବ ସୂଚନା ଦେଉଥିବା ବେଳେ କଂଗ୍ରେସ ମାତ୍ର ୧୪ଟି ସିଟ ଜିତିପାରିଛି |

୪୩ରୁ ଉର୍ଧ ସିଟ ରେ କଂଗ୍ରେସ ଲଢେଇ କରି ୨ୟ ସ୍ଥାନ ଗ୍ରହଣ କରିଥିବା ବେଳେ ସେଇ ସ୍ଥାନ ଗୁଡିକରେ କଂଗ୍ରେସ ଜିତି ପାରିଥାନ୍ତା ହେଲେ କଂଗ୍ରେସ ପ୍ରଭାରୀ କାହାରିକୁ ସାହାଯ୍ୟ ସହଯୋଗ ନକରି କଂଗ୍ରେସ ଭବନ ରେ ସାହାଯ୍ୟ ମାଗିବାକୁ ଆସିଥିବା ଅନେକ ଦଳୀୟ ନେତୃତ୍ୱ ଙ୍କୁ ଗୁଣ୍ଡା ଭଳି ନିଜର ଉଦ୍ଧତ୍ୱ ଦେଖିଥିବା ହେତୁ ଅନେକ ନିରାଶ ଅନେକ ଏବେ ବିଜେଡି ଓ ବିଜେପି କୁ ଚାଲିଗଲେ – ଏହାର ଜ୍ୱଳନ୍ତ ଉଦାହରଣ ନିଆଳୀ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଆଲୋକ ଲେଙ୍କା – ପ୍ରଭାରୀ ଙ୍କ ଅତ୍ୟାଚାର ହେତୁ ଦଳ ଛାଡିଛନ୍ତି ଜଣେ ସୁସଂଗଠକ |

ଆଜି ଏହି ସବୁ ଉପରେ ମାନସ ଚୌଧୁରୀ ପ୍ରଶ୍ନ କରିବାରୁ ତାଙ୍କୁ ବିନା କୌଣସି ନୋଟିସ ରେ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଏହାର ଅର୍ଥ ନିଜ ଚୋରି କୁ ଲୁଚେଇବାକୁ ଯାଇ ଆଜି ସବୁ କରି ମଧ୍ୟ ଯିଏ ଦଳରୁ ଟିକେଟ ଆଶା କରିନି ଯିଏ ଦଳର ସ୍ୱାର୍ଥ ପାଇଁ ନିଜକୁ ଅନେକ ସମୟରେ ପ୍ରମାଣ କରେଇବା ପାଇଁ ଦଳକୁ ମଜବୁତ କରିଛନ୍ତି | ସେଇ ମାନସ ଚୌଧୁରୀ ଙ୍କ ଉପରେ ଅନାୟ ଓ ଅତ୍ୟାଚାର କୁ ଯୁବ ଓ ଛାତ୍ର କଂଗ୍ରେସ ସାହିବ ନାହିଁ ଆଗାମୀ ଦିନରେ ଯଦି ଆମର ଦାବି ଅନୁଯାଇ ମାନସ ଚୌଧୁରୀ ଙ୍କ ସଂମାନ ଦଳ ଫେରାଇ ନଦିଏ ତେବେ ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ଙ୍କୁ କାଳୀ ଅଣ୍ଡା ମାଡ଼ ରେ ଗାଧେଇଦେବୁ | ଶେଷରେ ଦଳର ଖରାପ ପଦର୍ଶନ କୁ ସ୍ୱୀକାର କରି ତୁରନ୍ତ ନୈତିକତା ଦୃଷ୍ଟି ରୁ ପିସିସି ସଭାପତି ଓ ଓଡିଶା ପ୍ରଭାରୀ ନିଜର ଇସ୍ତଫା ପ୍ରଦାନ କରନ୍ତୁ |

ରିପୋର୍ଟ-ସମୀର ରଞ୍ଜନ ନାୟକ

Leave a Reply

Your email address will not be published. Required fields are marked *

error: Content is protected !!