୫୩ ବର୍ଷ ପରେ ୧୩ ଦିନ ଅଣସର ନୀତିବିଳମ୍ବିତ ହେବ ସେନାପଟାଲାଗି, ପହଣ୍ଡି ଓ ରଥଟଣା

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା କୁ ନେଇ ସେବାୟତ ମତ ଦେଇଛନ୍ତି l ଖବର ମୁତାବକ l୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ହାତରେ ଦୁଇଦିନ କମ୍‌ ଥିବାରୁ ନୀତିକାନ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ।

୧୩ ଦିନ ଭିତରେ ସବୁ ନୀତିକାନ୍ତି କରିବା ସମ୍ଭବ ନ ଥିବାରୁ, ବିଶେଷକରି ଗୋଟିଏଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଆଦି ଥିବାରୁ ସେବାୟତଙ୍କ ଚିନ୍ତା ବଢ଼ିଛି। ସମ ପରିମାଣରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବି ଚିନ୍ତା ବଢ଼ିଛି। ଏଭଳି ଅଡ଼ୁଆ ସ୍ଥିତିରେ ଚଳିତବର୍ଷ ଗୋଟିଏଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ଭବ ନଥିବାରୁ ଏହା ଦୁଇଦିନ ଚାଲିବ ବୋଲି ସେବାୟତମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!