କ୍ଷମା ପ୍ରାର୍ଥନା ଖାରଜ କଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଲାଲ କିଲ୍ଲ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫ ଦ୍ଵାରା କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା ୨୨ ଡିସେମ୍ବର ୨୦୦୦ ରେ ଲାଲକିଲ୍ଲା ଉପରେ ଆକ୍ରମଣ କରିଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସମେତ ତିନି ଜଣଙ୍କର ପ୍ରାଣହାନି ହୋଇଥିଲା । ଭାରତୀୟ ସେନାର ର ପାଲଟା ଆକ୍ରମଣରେ ଲାଲକିଲ୍ଲାରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ଲସ୍କର -ଇ-ତୋଇବା (ଏଲ୍‌ଇଟି) ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌ ଆଶଫାକ୍‌କୁ ଦିଲ୍ଲୀ ପୋଲିସ ଧରିଥିଲା।

ଏହି ଲାଲକିଲ୍ଲା ଆକ୍ରମଣ ମାମଲାରେ ଟ୍ରାଏଲ୍ କୋର୍ଟ ୩୧ ଅକ୍ଟୋବର ୨୦୦୫ରେ ଆରିଫ କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଥିଲେ । ନଭେମ୍ବର ୩, ୨୦୨୨ରେ ସୁପ୍ରିମକୋର୍ଟ ଆରିଫର ପୁନର୍ବିଚାର ଆବେଦନକୁ ଖାରଜ କରି ଏହି ମାମଲାରେ ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସମର୍ଥନ କରିଥିଲେ।

ରାଷ୍ଟ୍ରପତିଙ୍କ ପାଖରେ ଆରିଫଙ୍କର କ୍ଷମା ପ୍ରାର୍ଥନା ଆବେଦନ ମେ ୧୫ରେ ଗ୍ରହଣ କରାଯାଇଥିଲା । ମେ ୨୭ରେ ଏହାକୁ ଖାରଜ କରାଯାଇଥିଲା। ମୃତ୍ୟୁ ଦଣ୍ଡାଦେଶକୁ ବଜାୟ ରଖିବା ସହ ଆରିଫଙ୍କ ସପକ୍ଷରେ ସେପରି କୌଣସି ପ୍ରମାଣ ନାହିଁ ଯାହା ତାଙ୍କ ଅପରାଧକୁ ହ୍ରାସ କରିବାରେ ସାହାର୍ଯ୍ୟ କରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!