ପୁରୀ :ଆଜି ପୁରୀ ବାଲିନୋଳିଆ ସାହି ଅଧିବାସୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ପୁରୀ ମୁନ୍ସିପାଲଟି ୱାର୍ଡ ନମ୍ବର ଏଗାର ବାଲିନୋଳିଆ ସାହି ଦିଦେଶୀ ମଦ ଦୋକାନ ସ୍ତାନାନ୍ତିକରଣ ପାଇଁ ଦାବୀ କରିଆସୁଛନ୍ତି l ସେମାନେ କହିବା ଅନୁସାରେ ସାହିରେ ସେମାନେ ଏକ ଶହ ବର୍ଷରୁ ଉର୍ଦ୍ଧ ସମୟ ଧରି ନିଜ ପରିବାର ଶହ ବସବାସ କରି ଆସୁଛନ୍ତି l ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଏହି ମଦ ଦୋକାନ ସ୍ତାନନ୍ତର କରିବା ପାଇଁ ସାହି ବାସୀନ୍ଦା ଏକ ଆବେଦନ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଯେଉଁଥିରେ ତାଙ୍କ ସନମତି ପ୍ରକାଶ କରିଥିଲେ ଏବଂ ମାନ୍ୟବର ଉଚ୍ଚନ୍ୟାୟଳଯଙ୍କ ତା 4/1/2024 ରିଖରେ ଥିବା ଆଦେଶକୁ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟକାରୀ କରିବା ପାଇଁ ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ l
କିନ୍ତୁ ପରଵର୍ତ୍ତୀ ସମୟ ରେ ଏକ w.p. ବଦଳରେ ଦରଖାସ୍ତକାରୀ ଏକକୁ ରଦ କରିବା ପାଇଁ ଚ୍ୟାଲେଞ୍ଜ କରିଥିଲେ ଏଥିରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶ ରହିଲା ଯେ ଜିଲ୍ଲାପାଳ ଏବଂ ଅବକାରୀ ଅଧ୍ୟକ୍ଷ ତାଙ୍କ ଇଚ୍ଛା ମୁତାବକ ଏହି ଆଦେଶ ପ୍ରଚଳନ କରିବେ। ମଦ ଦୋକାନକୁ ସ୍ତାନାନ୍ତର ବା ଅନ୍ୟତ୍ର ସ୍ଥାନରକୁ ଉଠାଇନେବେ ଏହି ସାହି ରେ ବସବାସ କରୁଥିବା ପରିବାର ପରିବାର ସଦସ୍ୟ କିଶୋର, କିଶୋରୀ, ଯୁବପିଢ଼ି ମାନଙ୍କ ମଦ ଦୋକାନ ର କୃପ୍ରଭାବ ପକାଉଛି ଏବଂ ନିୟମିତ ଯାତାୟତ ସମୟ ରେ ସଡ଼କରେ ବହୁ ଅସାମାଜିକ, ମଧୁଆଙ୍କୁ ଅତିକ୍ରମ କରିଯିବା ଆସିବା କରିବାକୁ ପଢୁଛି l ପୂର୍ଵରୁ ଏ ସମ୍ପର୍କରେ ସାହି ବାସୀ ବାରମ୍ବାର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି କିନ୍ତୁ ଏହାର କିଛି ସୁଫଳ ମିଳିନାହିଁ ବୋଲି ସେମାନେ କହିଛନ୍ତି l
ରିପୋର୍ଟ -ସମୀର ରଞ୍ଜନ ନାୟକ