ପୁରୀ :ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ପ୍ରାୟତଃ ଗୁରୁବାର ରାତ୍ର ଘ.୧୨.୦୦ ଟିକା ଠାରୁ ଶୁକ୍ରବାର ତା୨୧.୬.୨୦୨୪ରିଖ ସକାଳ ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
