ଯାଜପୁର :କ୍ୟାନ୍ସର ପୀଡ଼ିତାଙ୍କ ମୁଁହରେ ହସ ଫୁଟାଇବା ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ସୋପଭା ଟ୍ରଷ୍ଟ । ତିନି ବର୍ଷ ଭିତରେ 27 ଟି କେଶୀ (WIG) କ୍ୟାନ୍ସର ପୀଡ଼ିତା ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ସହିତ 170 ଜଣ ବ୍ୟକ୍ତିଗତ ଭାବେ କେଶ ଦାନ କରିବା ସହିତ SOPVA Trust ଟ୍ରଷ୍ଟ ର ସ୍ବେଛାସେବୀ ମାନେ ସେଚ୍ଛାକୃତ ଭାବରେ *କେଶ ଥିଲେ ଦିଅନ୍ତୁ ଓ କେଶ ଥିଲେ କେଶୀ (WIG) ନିଅନ୍ତୁ* ସଚେତନତା ର ବାର୍ତ୍ତା ଦେବା ସହ କେଶ ଦାନ କ୍ୟାମ୍ପ କରୁଛନ୍ତି।
ଓଡ଼ିଶାରୁ ବିଭିନ୍ନ ସ୍ଥାନରୁ ବିୟୁଟି ପାର୍ଲର ର ଭଉଣୀ ମାନେ ଗ୍ରାହକଙ୍କୁ ସଚେତନ କରାଇ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରାଉଛନ୍ତି। SOPVA trust ଏହି ଦାନ କରିଥିବା କେଶକୁ ନେଇ କେଶୀ (WIG) ତିଆରି କରି କ୍ୟାନ୍ସର ପୀଡ଼ିତା ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରୁଛନ୍ତି। ଆଜି ଯାଜପୁର ର ସୁବୋଧ ମହାନ୍ତି ଙ୍କ ଝିଅ ଅର୍ଚିତା ମହାନ୍ତି କେଶ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଅର୍ଚ୍ଚିତା ଜଣେ ଛାତ୍ରୀ ସେ ତାଙ୍କ ବାପା ଓ ଜେଜେ ଙ୍କ ଠୁ ଅନୁପ୍ରାଣିତ। ସେବା ମନବୃତ୍ତି ରଖି ଅନ୍ୟ ମୁଁହରେ ହସ ଫୁଟାଇବା ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ସ୍ନାତକ ଲାଭ କରିବା ପରେ ସେ ନିଜର 20 ଇଞ୍ଚ କେଶ କୁ କାଟି କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ ସୁପଭା ଟ୍ରଷ୍ଟ ଭୁବନେଶ୍ୱରକୁ ଦାନ କରିଛନ୍ତି। ସେ କୁହନ୍ତି ମୋ ପାଇଁ ଯଦି ଅନ୍ୟ କାହା ମୁଁହରେ ହସ ଫୁଟି ପାରୁଛି ତାଠୁ ବଡ଼ ଆଉ କିଛି ନାହିଁ।
