ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବ ୱାନଡେ ମ୍ୟାଚ

କଟକ:ବାରବାଟୀ ଷ୍ଟାଡିଅମ ଓଡ଼ିଶାର ଏକମାତ୍ର ଓ ପୁରାତନ କ୍ରିକେଟ ଷ୍ଟାଡିଅମ। ଗତ କିଛି ବର୍ଷ ହେଲା ବାରବାଟୀ ଷ୍ଟାଡିଅମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପରିଚାଳନାରୁ ବାଦ ପଡିଛି। କିଛି ବିବାଦ ମଧ୍ୟ ଷ୍ଟାଡିଅମ ନାଁ ରେ ଯୋଡିହୋଇଛି।

ଖବର ଅନୁସାରେ ପୁଣି ବାରବାଟୀ ଷ୍ଟାଡିଅମରେ କ୍ରିକେଟପ୍ରେମୀଙ୍କ କୋଳାହଳ ଶୁଭିବ।ବାରବାଟୀରେ ଖେଳାଯିବ ୱାନ୍ ଡେ ମ୍ୟାଚ୍। ଭାରତ-ଇଂଲଣ୍ଡ ଭିତରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯିବ। ଆସନ୍ତାବର୍ଷ ଫେବ୍ରଆରୀ ୯ ତାରିଖରେ ଡେ ଆଣ୍ଡ ନାଇଟ୍ ୱାନ୍ ଡେ ଖେଳାଯିବ। ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

୧୯୫୨ ମସିହାରେ ବାରବାଟୀ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ତତ୍କାଳୀନ ଅଲିମ୍ପିକ ଆସୋସିଏସନ୍ ସଂପାଦକ ସ୍ୱର୍ଗତ ଭୈରବ ମହାନ୍ତି ସରକାରଙ୍କଠାରୁ ୯୯ ବର୍ଷିଆ ଲିଜରେ ଜମି ଆଣି ଷ୍ଟାଡିୟମର ନିର୍ମାଣ କରାଇଥିଲେ। ଯେଉଁ ଲିଜ଼ ଗତ ବର୍ଷ ସରିଯାଇଛି।ଯାହା ଫଳରେ ବାରବାଟୀର ନିଜସ୍ୱ ଗ୍ରାଉଣ୍ଡ ନ ଥିବାରୁ ମ୍ୟାଚ୍‌ ଆସିବା ବନ୍ଦ ହେଇଯାଇଛି।

ତେଣୁ ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାଡିୟମ୍ ନବକେଳବର କାମ ହାତକୁ ନିଆଯାଇଥିବା ଓସିଏ କହିଛି। ଏ ନେଇ ରାଜ୍ୟ ସରକାର ପୁଣି ଜମି ଲିଜରେ ଦେବେ। ବାରବାଟୀ ଷ୍ଟାଡିୟମ ଓଡିଶାବାସୀ ଙ୍କ ଭାବାବେଗ ସହ ଜଡିତ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ନ ଭାଙ୍ଗି ଐତିହ୍ୟ ବଜାୟ ରଖିବାକୁ ମତପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

error: Content is protected !!