କେନ୍ଦ୍ରାପଡ଼ା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନଯାତ୍ରା ସମ୍ପର୍ଣ୍ଣ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । ତୁଳସୀ କ୍ଷେତ୍ରରେ ବଡଠାକୁର ପ୍ରଭୁ ବଳଦେବଜୀଉଙ୍କ ପାଳିତ ହୋଇଯାଇଛି ସ୍ନାନଉତ୍ସବ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରରେ ସମସ୍ତ ନୀତିକାନ୍ତି ସକାଳ ୯ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବକ ପଣ୍ଡାମାନେ ଧାଡି ପହୁଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ପରେ ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲଭ ଭୋଗ, ମଙ୍ଗଳାର୍ପଣ କରାଯାଇଥିଲା ।

ପରେ ଅପରାହ୍ନ ସମୟରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ୧୦୮ କଳସୀରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା।ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ୧୦୮ କଳସୀରେ ମୁଣ୍ଡ ଉପରେ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇଥାନ୍ତି ସେବକମାନେ । ସେହିପରି ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଗଜବଦନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତିରେ ଶ୍ରୀଜୀଉମାନଙ୍କୁ ଧାଡି ପହଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ସେବାୟତ ।

Leave a Reply

Your email address will not be published. Required fields are marked *

error: Content is protected !!