ଅଧିନାୟକଙ୍କ ଉତ୍ତମ ସ୍କୋର ବଳରେ ୧୭୧ର ଚ୍ୟାଲେଞ୍ଜିଂ ସ୍କୋର କଲା ଭାରତ

ଗୁଏନା :ଟି ୨୦ ବିଶ୍ୱକପର ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟଚ ବର୍ଷା ପାଇଁ ବିଳମ୍ବିତ ହେଲା। ସବୁ ବାଧାବିଘ୍ନ ପରେ ଆରମ୍ଭ ହେଲା ମ୍ୟଚ। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଭାରତ ୭ ଓ୍ଵିକେଟ୍ ହରାଇ ୧୭୧ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ରୋହିତ ଶର୍ମାଙ୍କ ସାନଦାର ୫୬ ଓ ସୂର୍ଯ୍ୟ କୁମାର ୪୬ ରନ ବଳରେ ଏହି ସ୍କୋର କରିଥିଲା। ବୋଲିଂରେ ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।

ବର୍ତମାନ ସୁଦ୍ଧା ଇଂଲଣ୍ଡ ୯ ଓଭରରେ ୫ ଓ୍ଵିକେଟ୍ ହରାଇ ୫୩ରନ ସ୍କୋର କରିଛି କରିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ଅର୍ଶଦୀପ ଓ ବୁମରାହ ପ୍ରତ୍ୟେକ ଗୋଟିଏ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ଯେଉଁ ଦଳ ଆଜି ମ୍ୟଚରେ ବିଜୟୀ ହେବ ସେ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ଭେଟିବ।

Leave a Reply

Your email address will not be published. Required fields are marked *

error: Content is protected !!