ଇଂଲଣ୍ଡକୁ ପରାସ୍ତ କରି ଭାରତ ଟି୨୦ ବିଶ୍ୱକପ ଫାଇନାଲରେ

ଗୁଏନା:10 ବର୍ଷ ପରେ ଟିମ୍ ଇଣ୍ଡିଆ ଟି20 ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ 68 ରନ୍ରେ ପରାସ୍ତ କରିଥିଲା। ଏହା ସହିତ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ 2022 ଟି-20 ବିଶ୍ୱକପର ପରାଜଯ଼ର ପ୍ରତିଶୋଧ ମଧ୍ଯ ସମାପ୍ତ କରିଛି। ଦଳ ଶେଷ ଥର ପାଇଁ 2014ରେ ଫାଇନାଲରେ ପହଞ୍ଚିଥିଲା।

ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିଯ଼ମରେ ଇଂଲଣ୍ଡ ଅଧିନାଯ଼କ ଜୋସ୍ ବଟଲର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡକୁ 172 ରନର ଲକ୍ଷ୍ଯ ଦେଇଥିଲା, ତା ‘ପରେ କୁଲ୍ ଦୀପ ଏବଂ ଅକ୍ଷରଙ୍କ ବୋଲିଂ ଇଂଲଣ୍ଡ ଦଳକୁ 16.4 ଓଭରରେ 103 ରନ୍ ରେ ପେଭିଲିଅନ ପଠାଇଥିଲା।

କୁଲ୍ ଦୀପ ଯାଦବ ଏବଂ ଅକ୍ଷର ପଟେଲ ମିଳିତ 6ଭାବେ 6 ଜଣ ବ୍ଯଟ୍ସମ୍ୟାନଙ୍କୁ ପ୍ଯଭିଲିୟନକୁ ପଠାଇଥିଲେ। ଯଶପ୍ରୀତ ବୁମରା ଫିଲ୍ ସଲ୍ଟ ଏବଂ ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରିଥିଲେ। ଦୁଇ ଜଣ ବ୍ଯଟସମ୍ୟାନ ରନ୍ ଆଉଟ୍ ହୋଇଥିଲେ। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧରେ ମହାଯୁଦ୍ଧ।

Leave a Reply

Your email address will not be published. Required fields are marked *

error: Content is protected !!