ପୁରୀ :ରେଳବାଇ କୁଲି ମାନଙ୍କର ବିଭିନ୍ନ ସମସ୍ୟାର ଦାବୀ ନେଇ ଆଜି ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ ପ୍ରତିବାଦ କରିଥିଲା। ୟୁନିଅନ ତରଫରୁ ଶହ ଶହ କୁଲି ଏଆଇଟିୟୁସିର ବ୍ୟାନର, ପ୍ଲାକାର୍ଡ ଓ ପତାକା ହାତରେ ଧରି ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଂଚିଥିଲେ l ସେଠାରେ ଅନୁଷ୍ଠିତ ବିକ୍ଷୋଭରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ ଜେନା, ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ ଓ ୟୁନିୟନର କାର୍ଯ୍ୟକାରି ସଭାପତି ସୁର ଜେନା ଉଦବୋଧନ ଦେଇଥିଲେ । ସେମାନେ କହିଥିଲେ କୁଲି ମାନେ ଭାରତୀୟ ରେଳବାଇର ସର୍ବ ପୁରାତନ ଅଙ୍ଗ ଓ ପ୍ରତିକ l
ବିଗତ ବର୍ଷ ମାନଙ୍କରେ ରେଳବାଇ ବିଭିନ୍ନ ବିକାଶ ସହିତ ବନ୍ଦେ ଭାରତ ଭଳି ଟ୍ରେନ ପ୍ରଚଳନ କରାଯାଇଛି। କିନ୍ତୁ ରେଳବାଇ କୁଲି ମାନଙ୍କର ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ କୋଣସି ପଦେକ୍ଷେପ ଗ୍ରହଣ କରାଯାଇନି l ସେମାନଙ୍କ ଦାବୀଗୁଡିକ ହେଲା କରୋନା ମହାମାରି ସମୟରେ ଦୃଦ୍ଧି କରାଯାଇଥିବା ଯାତ୍ରା ଭଡାକୁ ପରିବର୍ତ୍ତ ପୂର୍ବବସ୍ଥାକୁ ଫେରାଇ ଅଣାଯାଉ। ପାର୍ସଲ ହ୍ୟାଣ୍ଡଲୋଡିଂ କାର୍ଯ୍ୟର ଘରୋଇକରଣ ବନ୍ଦ କରି ଷ୍ଟେସନ କୁଲିଙ୍କୁ ଏହି କାର୍ଯ୍ୟ ଦିଅଯାଉ। ବ୍ୟାଟେରୀ ଟ୍ରଲିରେ ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀଙ୍କୁ ସେବା ଯୋଗାଇଦେବା ପରିବର୍ତ୍ତେ ଯାତ୍ରୀଙ୍କ ଆସବାସପତ୍ର ବୋହି କୁଲି ଙ୍କ କାର୍ଯ୍ୟ ସଂକୁଚିତ କରା ନ ଯାଉ।
ପୋର୍ଟର୍ସ ପରିବାରଙ୍କ ଯାତ୍ରା ସହାୟତା କେବଳ କୁଲି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସୀମିତ ନ ରଖି କୁଲି ପରିବାରକୁ ଏହି ଯାତ୍ରା ସହାୟତା ଅନ୍ତର୍ଭୁକ୍ତ କରାଯାଉ l ସ୍ୱାସ୍ଥ୍ୟ ବୀମା ଓ ଚିକିସ୍ୟା ସହାୟତାରେ କୁଲି ଓ ସେମାନଙ୍କ ପରିବାରଙ୍କୁ ସାମିଲ କରାଯାଉ l ସେମାନଙ୍କୁ ରେଳବାଇ ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ l କୁଲିଙ୍କର ପିଲା ମାନଙ୍କୁ ମାଗଣା ଶିକ୍ଷା ଦିଅଯାଉ l ପ୍ରତ୍ୟକ କୁଲିଙ୍କୁ ବର୍ଷକୁ ଦୁଇହଳ ପୋଷାକ ଓ ନାମ ଉଲେଖ୍ୟ ଥିବା ବ୍ୟାଚ ଦିଅଯାଉ l ପ୍ରତ୍ୟେକ କୁଲିଙ୍କୁ ମାସିକ ଦରମା ଓ ଇପିଅଫ ସୁବିଧା ଯୋଗାଇ ଦିଆଯାଉ l କୁଲି ମାନଙ୍କୁ ପର୍ଯ୍ୟାୟ କ୍ରମେ ଗ୍ୟାଙ୍ଗମ୍ୟାନ ଭାବେ ପଦୋନ୍ନତି ଦିଆଯାଉ ବୋଲି ଦାବୀ ଥିଲା।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ