ଭଞ୍ଜନଗର :ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ପାର୍ତିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ବିଷାକ୍ତ ଛତୁ ଖାଇ ଗ୍ରାମର ଭଜମନ ନାୟକ, କୋରା ନାୟକ ଓ ତ୍ରୟୋନାଥ ନାୟକଙ୍କ ପରିବାରର ୧୧ ଅସୁସ୍ଥ ହୋଇପଡିଥିଲେ।ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାଯାଇଛି।
ଘଟଣାରୁ ପ୍ରକାଶ ଯେ ରବିବାର ସକାଳେ ଜଙ୍ଗଲରୁ ଛତୁ ଆଣି ତରକାରି କରି ସମସ୍ତେ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା।ସେମାନଙ୍କୁ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗଞ୍ଜାମ ଜିଲ୍ଲା ସୀମାର ଜହ ରାସ୍ତା ଦେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ ଖା