ରଥଯାତ୍ରା ବେଳେ ଉଡ଼ିଲା ୪ ଡ୍ରୋନ୍‌, ଜବତ କଲା ପୁଲିସ, ତଦନ୍ତ ଆରମ୍ଭ

ପୁରୀ :ବିଶ୍ୱପ୍ରସିର୍ଦ୍ଧ ରଥଯାତ୍ରା ବେଳେ ଡ୍ରୋନ୍‌ ମଧ୍ୟରେ ଭିଡିଓ ଉତ୍ତୋଳନ କରି ଥିବା ଏହି କେମେରା କୁ ପୋଲିସ ଜବତ କରି ଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଖବର ଅନୁଯାଇ ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବିମାନ ଓ ଡ୍ରୋନ୍‌ ଉଡାଇବା ଉପରେ କଟକଣା ଜାରି କରାଯାଇଛି। ଏହି ସ୍ଥାନଗୁଡ଼ିକରେ ଡ୍ରୋନ୍‌ ଉଡାଇବାକୁ ହେଲେ ଭାରତ ସରକାରଙ୍କ ବେସାମରିକ ବିମାନଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଅନୁମତି ଦରକାର।

କିନ୍ତୁ ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଚାଲିଥିବା ବେଳେ ପୁରୀ ବଡ଼ଦାଣ୍ଡ ଆକାଶରେ ୪ଟି ଡ୍ରୋନ୍‌ ଉଡ଼ାଇ ଭିଡିଓ ଉତ୍ତୋଳନ କରାଯାଇଥିଲା। ପୁଲିସ ୪ଟି ଡ୍ରୋନ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *

error: Content is protected !!