ପୁରୀ: ପୁରୀ ରେ ରଥଯାତ୍ରା ସମୟ ରେ ଲୋକଙ୍କ ମୋବାଇଲ ଲୁଟୁ ଥିବା ଲୁଟେରା କୁ ଗିରଫ କରିଛି ପୋଲିସ ସୂଚନା ମିଳିଛି l ସୂଚନା ମୁତାବକ ପୁରୀ ରଥଯାତ୍ରା ଜାରି ରହିଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ତେବେ ଏହାର ସୁଯୋଗ ନେଇ କିଛି ଲୁଟେରା ମାନେ ଭକ୍ତଙ୍କ ନିକଟରୁ ମୋବାଇଲ ଓ ଟଙ୍କା ଲୁଟି ନେଉଛନ୍ତି।
ତେବେ ଏହା ଉପରେ କଡ଼ା ନଜର ରଖିଛି ପୁରୀ ଟାଉନ ଥାନା ପୋଲିସ। ଆଜି ଆଇଆଇସି ସୁନୀଲ ପ୍ରଧାନ ୮ ପକେଟମାରଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୩୯ ଗୋଟି ଚୋରା ମୋବାଇଲ ଫୋନ ଜବତ ହୋଇଛି।ତେବେ ମାଲିକମାନେ ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ଫୋନ ନେଇଯିବାକୁ ଅନୁରୋଧ କରିଛନ୍ତି ଆଇଆଇସି ଶ୍ରୀ ପ୍ରଧାନ।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ